୩ ଦିନ ରିମାଣ୍ଡରେ ଯିବେ ଆଇଏଫଏସ ଅଭୟ ପାଠକ

ଭୁୁବନେଶ୍ୱର– ଆସନ୍ତାକାଲିଠୁ ୩ ଦିନିଆ ରିମାଣ୍ଡରେ ଯିବେ ଆଇଏଫଏସ ଅଫିସର ଅଭୟ ପାଠକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇପଡିଥିବା ଅଭୟ ପାଠକଙ୍କ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି । ଅଭୟଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଭିଜିଲାନ୍ସ କୋର୍ଟ ପକ୍ଷରୁ ଆବେଦନ କରାଯାଇଥିଲା । ସେହି ଅଅବେଦନକୁ ଭିତ୍ତି କରି ତିନି ଦିନିଆ ରିମାଣ୍ଡରେ ନବା ପାଇଁ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ତାଙ୍କୁ ଏସଆଇଟି ପକ୍ଷରୁ ଅଧିକ ପଚରାଉଚରା କରାଯିବ । ଅନ୍ୟପଟେ ଅଭୟ ପାଠକଙ୍କ ଘରୁ ସିିସିଟିଭି ଫୁଟେଜ ଜବତ ହୋଇଛି । କିଏ କିଏ ଏହି ସଂପୃକ୍ତିରେ ବାନ୍ଧି ହୋଇଛନ୍ତି ଛାନଭିନ କଲେ ଜଣାପଡିବ ।