କୋରାପୁଟ – ଏସପିଙ୍କ ନିକଟରେ ଆତ୍ମସର୍ମପଣ କଲେ ମାଓବାଦୀ ମହିଳା । କୋରାପୁଟ ଏସପିଙ୍କ ନିକଟରେ ମହିଳା ମାଓବାଦୀ ରାମେ ମାଡକାମୀ ଆତ୍ମସର୍ମପଣ କରିଛନ୍ତି । ରାମେ ଦୁର୍ଦ୍ଦାନ୍ତ ମାଓନେତା ଆର୍କେର ସୁରକ୍ଷା ୟୁନିଟର ଏରିଆ କମାଣ୍ଡର ଥିଲେ । ରାମେ ମାଡକାମୀଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ରାମେ ନାଁରେ କୋରାପୁଟ, ମାଲକାନଗିରି ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ସଂଗଠନରେ ସଦସ୍ୟଙ୍କ କାର୍ୟ୍ୟରେ ଅତିଷ୍ଠ ହୋଇ ସେ ଦଳ ଛାଡ଼ିଥିବା କୋରାପୁଟ ଏସପି ସୂଚନା ଦେଇଛନ୍ତି।