କୋରାପୁଟ/ ସୁନ୍ଦର କୁମାର ପାଣି : ସନ୍ଦେହ ଜନକ ଅବସ୍ତାରେ ଆଦିବାସୀ ଯୁବତୀଙ୍କ ମୃତଦେହ ଜବତ । ଦଶମନ୍ତପୁର ଥାନା କାଟ୍ରାଆମ୍ବ ଗାଁରୁ ଜଣେ ଯୁବତୀଙ୍କ ମୃତ ଦେହ ଠାବ ହୋଇଛି । ଗାଁ ମୁଣ୍ଡରେ ଥିବା ପଥର ଉପରେ ଶୋଇଥିବା ପରି ଅବସ୍ଥାରେ ମିଳିଛି ମୃତ ଦେହ । ମୃତ ଦେହ ନିକଟରୁ ୨ଟି ବ୍ୟାଗ ମିଳିଥିବା କୁହାଯାଉଛି । ସୂଚନା ଅନୁଯାୟୀ , ମୃତ ଯୁବତୀ କାଟ୍ରାଆମ୍ବ ଗ୍ରାମର କୁନି ମୁଦୁଲି ବୋଲି ଜଣା ପଡିଛି । କୁନି ମୁଦୁଲିର ଗତ ୨ ବର୍ଷ ତଳେ ଚଣାବାଡ ଗ୍ରାମର ଜଣେ ବିବାହିତ ଯୁବକ କୁଂଜ ବିହାରି ଟାକ୍ରି ସହ ପ୍ରେମ ସମ୍ପର୍କରେ ରହିଥିଲା । ଏକଥାକୁ ମୃତକଙ୍କ ବାପା ଥାନାକୁ ଜଣାଇଥିଲେ । ପରେ ଉଭୟ ପୁଅ ଓ ଝିଅକୁ ପୋଲିସ ଜିମାରେ ଦେଇଥିଲି ବୋଲି ମୃତକଙ୍କ ବାପା କତରୁ ମୁଦୁଲି କହିଛନ୍ତି । ଏହା ପରେ ପୋଲିସ ଯୁବତି ଜଣକୁ କୋରାପୁଟର କୌଣସି ଏକ ସ୍ଥାନରେ ନେଇ ରଖାଇଥିଲେ ।ହେଲେ ସେ ଦୀର୍ଘ ଦିନ ଧରି ଗ୍ରାମରେ ନଥିବାବେଳେ ହଠାତ ବ୍ୟାଗ ସହ ଗାଁ ଦାଣ୍ଡରେ ଶବ ମିଳିବା ଘଟଣା ପରିବାର ଓ ଗ୍ରାମବାସୀଙ୍କୁ ଚକିତ କରିଦେଇଛି । ମୃତା କୁନି ମୁଦୁଲି ଘଟଣା ସ୍ଥଳକୁ କିପରି ଆସିଲା କିଏ ଓ କେଉଁଥିରେ ଏଠାକୁ ଆଣିଲେ। କେହି ଜଣେ ଅନ୍ୟ କେଉଁଠି ହତ୍ୟା କରି ଗାଁ ମୁଣ୍ଡରେ ପକାଇ ଦେଇ ଚାଲିଯାଇଥିବା ପରିବାର ବର୍ଗ ଓ ଗ୍ରାମବାସୀ ସନ୍ଦେହ କରୁଛନ୍ତି । ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇବା ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରୁଛି ।