ବିଜେଡ଼ି କାଉଣ୍ଟର କଲା ବିଜେପିକୁ

ଭୁୁବନେଶ୍ୱର: ଜୋର ଧରିଛି ନିର୍ବାଚନ ପ୍ରଚାର । ବିଜେପିର ପ୍ରେସମିଟକୁ କାଉଣ୍ଟର କଲା ବିଜେଡ଼ି । ବିଜେଡ଼ି ମୁଖ୍ୟପାତ୍ର ସସ୍ମିତା ପାତ୍ର ପ୍ରେସମିଟ୍ କରି ବିଜେପିର ଅଭିଯୋଗକୁ କଡ଼ା ଜବାବ ଦେଇଛନ୍ତି । ସେ କହିଥିଲେ ବିଜେଡ଼ି ଏକ ଶାନ୍ତିପ୍ରିୟ ଦଳ । ନିର୍ବାଚନ ହିଂସାରେ କିଛି ବି ସ୍ଥାନ ନାହିଁ । ହିଂସା ପଛରେ ବିଜେପିର ହାତ । ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟର ପୋଲିଂ ସରିଥିବା ବେଳେ ବିଜେପି ଦଳକୁ ପରାଜୟର ଆଶଙ୍କା ଘାରିଛି । ନିର୍ବାଚନ ଆସିଲେ ବିଜେପି ଲୋକଙ୍କ ପାଖକୁ ଆସେ । ସେଥିପାଇଁ ପୁରୁଣା ରେକର୍ଡ଼ ବଜାଉଛି ବୋଲି କହିଛନ୍ତି ସସ୍ମିତା । ନିର୍ବାଚନ ହାରିବା ଭୟରେ ଏପରି ଗୁଣ୍ଡାଗିରି କରୁଛି । ହାରିବା ଭୟରେ ବିଜେପି ରକ୍ତାମୁଖା ହୋଇପଡ଼େ । ଦଳର ଦେନ୍ଦ୍ରମନ୍ତ୍ରୀ ଓ ସାଂସଦ ମଧ୍ୟ ଗୁଣ୍ଡାଗିରି କରିବାକୁ ପଛାଇନାହାନ୍ତି । ଅଭିଯୋଗ କଲେ ଚୋର ମୁହଁ ଟାଣ ପରି କଥାକୁ ଏଡ଼ାଇ ଦେଉଛନ୍ତି । ଆଉ ମଧ୍ୟ କହିଛନ୍ତି ନାରୀ ସୁରକ୍ଷା ନାରାବାଜୀ କରୁଥିବା ଦଳ ନାରୀକୁ ସମ୍ମାନ କି ସୁରକ୍ଷା ଦେଇପାରୁନି । ଏହା କି ପ୍ରକାରର ଲୋକସେବା ପ୍ରଶ୍ନ କରିଛନ୍ତି ସସ୍ମିତା ।