ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ

ଲଗାତର ଭାବେ ଓଲିଉଡ଼ ଜଗତରେ ଅଭିନେତ୍ରୀମାନେ ଆତ୍ମହତ୍ୟା କରୁଥିବା ନଜର ଆସୁଛି ।

(ଭୁବନେଶ୍ୱର) : ଲଗାତର ଭାବେ ଓଲିଉଡ଼ ଜଗତରେ ଅଭିନେତ୍ରୀମାନେ ଆତ୍ମହତ୍ୟା କରୁଥିବା ନଜର ଆସୁଛି । ଏହି କ୍ରମରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା। ଭଡ଼ା ଘରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

 

ସେ ଭୁବନେଶ୍ଵର ନୟାପଲ୍ଲୀ ଥାନା ଅନ୍ତର୍ଗତ ବଡ଼ ସାହିରେ ଏକ ଭଡ଼ା ଘରେ ରହୁଥିଲେ। ଘର ଭିତରୁ ନୟାପଲ୍ଲୀ ଥାନା ପୋଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ଧାରାବାହିକ କେମିତି କହିବି କହରେ ରଶ୍ମିରେଖା ଓଝା ଅଭିନୟ କରିଥିଲେ। ରଶ୍ମିଙ୍କ ଘର ଜଗତସିଂପୁର ଜିଲ୍ଲା ତ୍ରିତୋଲ ସଙ୍କେତପାଟଣାରେ।

 

ସୂଚନାନୁଯାୟୀ , ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେ ତାଙ୍କର ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାଁନ୍ତି। ତେବେ ଏହାର ସତ୍ୟା ସତ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।