ବୃଦ୍ଧି ପାଇବାରେ ଲାଗିଛି ଗୋଠଛଡ଼ା ହାତୀ ଉପଦ୍ରଵ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ ।

(କେନ୍ଦୁଝର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । କେନ୍ଦୁଝର ଜିଲ୍ଲା ତେଲକୋଇରେ ଗୋଠଛଡ଼ା ଦନ୍ତା ଉପଦ୍ରବ କହିଲେ ନସରେ । ଫଳରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୋମବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତେଲକୋଇ ରେଞ୍ଜ୍ ଖୁଣ୍ଟାପଡା ଗାଁ ତଳସାହିରେ ପଶି ଜଣଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ମୁଗବାଡିରେ ପଶି ମୁଗ ଫସଲକୁ ନଷ୍ଟ କରିଦେଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ତେବେ ଦନ୍ତା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେପଟେ ଗାଁରେ ଏକ କଦଳୀ ବଗିଚା ମଧ୍ୟ ନଷ୍ଟ କରିଦେଇଛି। ଅପର ପକ୍ଷରେ ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।