ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ବୁଧବାର ଦିନ ଆୟୋଜିତ ୨୬ ତମ ବାର୍ଷିକ ଉତ୍ସବ ରେ ପ୍ରେସ କ୍ଳବ୍ ସଭାପତି ବିଶ୍ବଜିତ ନାୟକ ସଭାପତିତ୍ବରେ କରିଥିଲେ। କ୍ଲବ ସାଧାରଣ ସମ୍ପାଦକ ନୀଳମାଧବ ନାୟକ ସଂପାଦକୀୟ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ଟାଟାଷ୍ଟିଲ (ଏଫ୍ ଏ ଏମ ଡି ) ଇଆଇସି ସୁଶାନ୍ତ କୁମାର ମିଶ୍ର ଯୋଗ ଦେଇ ସମାଜ ବିକାଶ କ୍ଷେତ୍ରରେ ବାଧକ ସାଜିଥିବା ଖବର କୁ ଲୋକ ଲୋଚନ କୁ ଆଣିବାକୁ ସାମ୍ବାଦିକତା କୁହାଯାଏ । ସାମ୍ବାଦିକ ସମାଜର ଦର୍ପଣ ସଦୃଶ୍ୟ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ଉତ୍କଳ ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ସାମ୍ବାଦିକ ମାନେ ଜୀବନ କୁ ବାଜି ଲଗାଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖବର ସଂଗ୍ରହ କରି ସମାଜ ମଙ୍ଗଳ କାର୍ଯ୍ୟ କାରୁଥିବା ବେଳେ ପ୍ରତିଦିନ ରୋଷ ର ଶିକାର ହେଉଛନ୍ତି ।
ସାମ୍ବାଦିକ ଙ୍କ ସମସ୍ୟା ଓ ତାର ସମାଧାନ କରିବାକୁ ସରକାର ଆନ୍ତରିକତା ଦେଖାଉ ନାହାନ୍ତି ବୋଲି ଉପସ୍ଥିତ ମନ୍ତ୍ରୀ ଙ୍କ ପ୍ରତିନିଧି ନିକଟରେ ଦାବି ରଖିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଭାଜପା ନେତା ତଥା ମନ୍ତ୍ରୀଙ୍କ ପ୍ରତିନିଧି ଅମଳେନ୍ଦୁ ବେହୁରା ଯୋଗ ଦେଇ ସୁକିନ୍ଦା ପ୍ରେସ କ୍ଳବ୍ ସମାଜ ର ଉନ୍ନତୀ ମୂଳକ କାର୍ଯ୍ୟ ରେ ସହ ଭାଗିତା ପ୍ରଶଂସା ଯୋଗ୍ୟ ଏପରି ଉନ୍ନତି ମୂଳକ କାର୍ଯ୍ୟ ରେ ସହଯୋଗ କଲେ ଆଗାମୀ ଦିନରେ ସୁକିନ୍ଦା ବିକଶିତ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।ସେପରି କାଳିଆପାଣି ଥାନା ଅଧିକାରୀ ପ୍ରକାଶ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁକିନ୍ଦା ପ୍ରେସ ବ୍ଲକ ର ସହଯୋଗ ପ୍ରସଂଶୀୟ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ସୁସାହିତିକ ଭାବେ ପ୍ରେମାନନ୍ଦ ପାଣିଗ୍ରାହୀ ଙ୍କୁ ସମ୍ମାନିତ କରାଯାଇଥିଲା ।