ଶୁଭଶ୍ରୀ ମୃତ୍ୟୁ ପାଇଁ ବୟଫ୍ରେଣ୍ଡ ଦାୟୀ : ପ୍ରେସମିଟରେ ବିସ୍ତୃତ ତଥ୍ୟ ରଖିଲେ ଡିସିପି

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):- ବନ୍ଧା ହେଲା ବୟଫ୍ରେଣ୍ଡ । ପୋଲିସ ଆଗରେ ସବୁ ସତ ମାନିଛି ବୟଫ୍ରେଣ୍ଡ ଚିତ୍ତରଞ୍ଜନ । ଏନେଇ ପ୍ରେସମିଟରେ ସମସ୍ତ ତଥ୍ୟ ଦେଇଛନ୍ତି ଡିସିପି ପ୍ରତୀକ ସିଂହ । ତେବେ ୨୦୧୪ ମସିହାରେ ବିବାହ କରିଥିଲେ ଶୁଭଶ୍ରୀ ମହାପାତ୍ର । ୨୦୧୯ରେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ ଆସିଲେ ଶୁଭଶ୍ରୀ । ତେବେ ଶୁଭଶ୍ରୀଙ୍କ ସ୍ୱାମୀ ମଝିରେ ମଝିରେ ତାଙ୍କୁ ସନ୍ଦେହ କରୁଥିଲେ । ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ଘରକୁ ମଧ୍ୟ ଯାଉଥିଲେ ।ସେହିଭଳି ଶୁଭଶ୍ରୀ ପ୍ରେମକୁ ନେଇ ଡିପ୍ରେସନରେ ରହୁଥିଲେ । ମୃତ୍ୟୁପୂର୍ବରୁ ଚିତ୍ତଙ୍କୁ ଜଣାଇଥିଲେ ଶୁଭଶ୍ରୀ । ଆଉ ତାଙ୍କ ମୃତ୍ୟୁ ପରେ ଚିତ୍ତ ସେଠାରେ ପହଞ୍ଚିଥିଲେ ।

ସେ ହିଁ ମୃତଦେହକୁ ତଳକୁ ଓହ୍ଲାଇଥିଲେ ଏବଂ ସେଠାରୁ ଫେରାର ହୋଇଯାଇଥିଲେ । ଚିତ୍ତରଞ୍ଜନଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବିରୋଧରେ ୩୦୬ ଦଫା ଲାଗିଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ତେବେ ଗତ ୨୯ ତାରିଖରେ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ଏହାପରେ ସ୍ୱାମୀ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ପୋଲିସ ଆରମ୍ଭ ହୋଇଥିଲା ଖୋଳତାଡ । ଶୁଭଶ୍ରୀଙ୍କ ଫୋନ ଯାଞ୍ଚ କରିବା ପରେ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ କୁ ନେଇ ବଢିଥିଲା ସନ୍ଦେହ । ଏହାପରେ ପୋଲିସ ଚିତରଞ୍ଜନଙ୍କୁ ଆଜି ସ୍ପଟ୍ ଉପରକୁ ନେଇ ପଚରାଉଚରା କରିବାପରେ ସତ ସାମ୍ନାକୁ ଆସିଛି ।