ଏସଟିଏଫ ପଞ୍ଝାରେ ବାଘ ଶିକାରୀ

ବାଘଛାଲ ଓ ବାଇକ ଜବତ

ଭୁବନେଶ୍ୱର: ଏସଟିଏଫ ପଞ୍ଝାରେ ବାଘ ଶିକାରୀ। ଏକ କଲରାପତରିଆ ବାଘକୁ ଗୁଳିମାରି ହତ୍ୟା କରିବା ପରେ ବାଘ ଛାଲ ବିକ୍ରି ପାଇଁ ହେଉଥିଲା ଯୋଜନା। ଡିଲବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ୍। ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଟିଏଫ ଓ ରାମଗିରି ବନ ଖଣ୍ଡ ଅଧିକାରୀଙ୍କ ପକ୍ଷରୁ କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ ଏହି ଚଢ଼ାଉ ହୋଇଥିଲା। ଗିରଫ ବେପାରୀ ମନ ଗୌଡ଼ ବୋଲି ଜଣାପଡିଛି। ତା ନିକଟରୁ ବାଘ ଛାଲ ସହିତ ଗୋଟିଏ ବାଇକ ଜବତ କରାଯାଇଛି। ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ବୌଦ୍ଧ, କନ୍ଧମାଳ ଜଙ୍ଗଲରେ ଏଭଳି ଅଧିକ ବାଘ ଶିକାର ଓ ବାଘଛାଲ ବେପାର ହେଉଥିବା ସୂଚନା ମିଳିଛି। ଯେଉଁମାନେ ଏହି କାରବାରରେ ସମ୍ପୃକ୍ତ ସେମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯିବ। ୨୦୨୦ ରୁ ଏଯାଏଁ ଏସଟିଏଫ ୩୦ଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ୪୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।