ପୁରୀ: ପୁରୀ ଶ୍ରୀମନ୍ଦିର ପାଇଁ କଟକଣାକୁ କୋହଳ କରାଯାଇଛି । ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଫେବ୍ରୁଆରୀ ୨୧ ପରେ ଶ୍ରୀମନ୍ଦିର ଯିବାକୁ ଟିକା ସାର୍ଟିଫିକେଟ ଅନାବଶ୍ୟକ ରହିଛି । ଏହା ସହିତ କିଓସ୍କୋ ବ୍ୟବସ୍ଥାକୁ ମଧ୍ୟ ହଟାଇଦିଆଯିବ । ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି । ଅନ୍ୟପଟେ ବୈଠକରେ ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତ ନେଇ ଆଲୋଚନା ହୋଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେ ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେବ ସହ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଉଛି ।