ମାନସିକ ଚାପ ବା କର୍ମକ୍ଲାନ୍ତି ଯୋଗୁ ନିଦ ହଜିଯାଉଛି କି ? ଜାଣନ୍ତୁ, କ’ଣ କଲେ ସୁନିଦ୍ରା ଆସିବ

(ଶୁଭସ୍ମିତା ଦାଶ): ମଣିଷ ସୁସ୍ଥ ରହିବାକୁ ଖାଦ୍ୟ ପାନୀୟ ଯେତିକି ଆବଶ୍ୟକ, ଉତ୍ତମ ନିଦ୍ରା ମଧ୍ୟ ସେତିକି ଆବଶ୍ୟକ ଓ ହେଲେ ବର୍ତ୍ତମାନ ବିଛଣାକୁ ଯିବାପରେ ନିଦ ନ ହେବାଟା ଆଜିକାଲିର କର୍ମଜୀବୀ ମହିଳା ଓ ପୁରୁଷମାନଙ୍କର ନିତିଦିନିଆ ସମସ୍ୟା ହୋଇଗଲାଣି ଓ ଦିନ ତମାମ୍ କର୍ମକ୍ଷେତ୍ରରୁ କ୍ଲାନ୍ତ ହୋଇ ଫେରିଥିବା କର୍ମଜୀବୀମାନଙ୍କୁ ନିଦ ନ ହେବାରୁ ସେମାନେ ନାନା ମାନସିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ଯଦି ଆମ ଶରୀରକୁ ନିଦର ଅଭାବ ହୋଇଥାଏ, ତାହେଲେ ଏହି ସମସ୍ୟା ଗୁଡିକ ଦେଖାଦେଇଥାଏ
• ଆଖି ତଳେ କଳାଦାଗ ପଡିବା
• ଏକାଗ୍ରତାର ଅଭାବ
• ମସ୍ତିଷ୍କ ଜନିତ ସମସ୍ୟା
• ନିଷ୍ପତ୍ତି ନେବାରେ ଅସମର୍ଥ
• କ୍ଲାନ୍ତ ଅନୁଭବ କରିବା
• ରକ୍ତଚାପ, ଡାଇବେଟିସ, ମାନସିକ ଚାପ ଓ ଅବସାଦ ଆ ଦି ସମସ୍ୟା

ସୁନିଦ୍ରା ପାଇଁ କେଉଁ କେଉଁ ଦିଗ ଉପରେ ଦୃଷ୍ଟି ଦେବେ

୧- ଚା କଫିରୁ ଦୁରେଇ ରୁହନ୍ତୁ:
ଗବେଷଣାରୁ ଜଣାଯାଇଛି ଯେ ଯେଉଁ ଲୋକ ଦିନରେ ୨-୩ ଥର ଚା କିମ୍ବା କଫି ପିଅନ୍ତି, ସେମାନଙ୍କୁ ଶୀଘ୍ର ନିଦ ହୋଇନଥାଏ, କାରଣ ଏଥିରେ କାଫେନ ନାମକ ଏକ ରାସାୟନିକ ତତ୍ତ୍ଵ ଅଛି ଯାହା ଆମ ନିଦକୁ ପ୍ରଭାବିତ କରିଥାଏ
୨- ବିଚ୍ଛଣାକୁ ଆରାମଦାୟକ କରନ୍ତ:
ଯଦି ଆପଣ ଶୋଉଥିବା ଗଦି କିମ୍ବା ତକିଆ ଶକ୍ତ ଅଛି ତାହେଲେ ଏଥିରେ ନିଦ ହେବା ବିଳମ୍ବ ହୋଇଥାଏ ଓ ଏଥିପାଇଁ ବିଚ୍ଛଣା ସଜକୁ ନରମ ରଖିବା ସହିତ ସଫା ମଧ୍ୟ ରଖନ୍ତୁ ଦେଖିବେ ସହଜରେ ନିଦ ହେବ
୩- ଶୋଇବା ପୂର୍ବରୁ ଧୋଇ ହୁଅନ୍ତୁ:
ଯଦି ଆପଣଙ୍କୁ ନିଦ ଆସୁନାହି କିମ୍ବା ଶୋଇବା ଅଧାରୁ ନିଦ ଭାଙ୍ଗୁଛି ତାହେଲେ ଶୋଇବା ପୂର୍ବରୁ ଥଣ୍ଡା ପାଣିରେ ଭଲଭାବେ ଗୋଡ଼ ହାତ ଧୋଇ ହୁଅନ୍ତୁ, ଯାହାଦ୍ୱାରା ମାଂସପେଶୀକୁ ଆରାମ ମିଳିଥାଏ ଏବଂ ଭଲ ନିଦ ହୋଇଥାଏ
୪- ଶୋଇବା ସମୟ ନିର୍ଦ୍ଦିଷ୍ଟ କରନ୍ତୁ :
ପ୍ରତିଦିନ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ ଓ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଅଭ୍ୟାସ ଦ୍ୱାରା ଆ ପଣଙ୍କୁ ସେହି ସମୟରେ ନିଦ ଆସିଥାଏ ଓ
୫- କୋଳାହଳ ମୁକ୍ତ ଶୋଇବା ଘର ବାଛନ୍ତୁ :
ଆପଣ ଯେଉଁ ଘରେ ଶୋଉଛନ୍ତି ସେହି ଘରେ ଟିଭି ରଖନ୍ତୁ ନାହିଁ । ସେହିପରି ଶୋଇବା ଘରକୁ ଛୋଟଛୁଆଙ୍କ କାନ୍ଦ ନ ଶୁଭିବା ଦରକାର ଓ ତା ଛଡ଼ା ଅନ୍ଧାରରେ ଶୋଇବା ଦ୍ୱରା ମଧ୍ୟ ନିଦ ଶୀଘ୍ର ହୋଇଥାଏ ଓ ଏଥିପାଇଁ ଶୋଇବା ଘରକୁ ଅନ୍ଧାରିଆ ରଖନ୍ତୁ
୬- ଧୂମପାନରୁ ଦୂରେଇ ରୁହନ୍ତୁ :
ଯଦି ଆପଙ୍କର ତମ୍ବାକୁ ଓ ଧୂମପାନ ଅଭ୍ୟାସ ଅଛି ତାହେଲେ ଏହା ଠାରୁ ଦୂରେଇ ରୁହନ୍ତୁ ଓ ଏହାଛଡା ଚେଷ୍ଟା କରନ୍ତୁ ସଂଧ୍ୟା ସମୟ ପରଠାରୁ ଧୂମପାନ ନ କରିବା ପାଇଁ
୭- ପଢିବା ସହ ସଂଗୀତ ଶୁଣନ୍ତୁ :
ଯଦି ଆପଣ ଶୋଇବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ନିଦ ଆସୁନାହିଁ ତାହେଲେ କିଛି ସମୟ ପାଇଁ ପଢିବା ଆରମ୍ଭ କରନ୍ତୁ ଓ ହୁଏତ ନିଦ ଆସିପାରେ
୮- ସୁମଧୁର ସଂଗୀତ ଶୁଣନ୍ତୁ :
ସୁମଧୁର ସଂଗୀତ ମଧ୍ୟ ଆପଣଙ୍କୁ ଶୋଇବାରେ ସାହାଯ୍ୟ କରିଥାଏ, ଅଳ୍ପ ଭଲ୍ୟୁମରେ ସଂଗୀତ ଶୁଣିବାର କିଛି ସମୟ ପରେ ଆପଣଙ୍କୁ ନିଦ ଆସିଯିବ
୯- ଶୋଇବା ପୂର୍ବରୁ ଧ୍ୟାନ କରନ୍ତୁ :
ଶୋଇବା ପୂର୍ବରୁ ଧ୍ୟାନ କରିବା ଏକ ଭଲ ଅଭ୍ୟାସ ଓ ଶୋଇବା ପୂର୍ବରୁ ଧ୍ୟାନ କଲେ ଆମ ମସ୍ତିଷ୍କରେ ମେଲାଟୋନିନ ନାମକ ହରମୋନ କ୍ଷରଣ ହୋଇଥାଏ ଓ ଯାହା ଫଳରେ ଆମକୁ ନିଦ ଲାଗେ