ଚନ୍ଦା କୋଚରଙ୍କ ଆବେଦନ ସୁପ୍ରିମ କୋର୍ଟରେ ଖାରଜ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଚନ୍ଦା କୋଚରଙ୍କୁ ଲାଗିଛି ଝଟକା । ସୁପ୍ରିମ କୋର୍ଟ ମଙ୍ଗଳବାର ଚନ୍ଦା କୋଚରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ବ୍ୟାଙ୍କରୁ ଚନ୍ଦା କୋଚରଙ୍କୁ ବରଖାସ୍ତ କରାଯିବା ବିରୋଧରେ ଦାଖଲ ଯାଚିକାକୁ ବମ୍ଵେ ଉଚ୍ଚ ନ୍ୟାୟାଳୟ ଖାରଜ କରାଯିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।
ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି, ଆମକୁ କ୍ଷମା କରିବେ, ଆମେ ଉଚ୍ଚ ନ୍ୟାୟାଳୟର ଆଦେଶରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନାହୁଁ। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଏହି ମାମଲା ଘରୋଇ ବ୍ୟାଙ୍କ ଓ କର୍ମଚାରୀଙ୍କ ମଧ୍ୟରେ ରହିଛି। ଶୁଣାଣି ବେଳେ ସୁପ୍ରିମକୋର୍ଟ ଉଚ୍ଚ ନ୍ୟାୟାଳୟ ଦ୍ଵାରା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପ୍ରବନ୍ଧ ନିର୍ଦ୍ଦେଶକ ଓ ସିଇଓ ଚନ୍ଦା କୋଚରଙ୍କ ଆବେଦନ ଖାରଜ କରିଛନ୍ତି। ଚନ୍ଦା କୋଚର ବମ୍ବେ ହାଇକୋର୍ଟର ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

SR