‘ସ୍ୟାଣ୍ଡ ମ୍ୟାନ୍‌’ଙ୍କ ବିଷୟରେ ଜାଣନ୍ତୁ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : କେବେ ଶୁଣିଛନ୍ତି ବୟସ୍କ ଲୋକ ମାଟି ଖାଇବା। ଛୋଟ ପିଲା ପରି ମାଟି ଖାଉଛନ୍ତି ଏହି ବୟସ୍କ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଦୀର୍ଘ ୨୫ ବର୍ଷ ହେଲା ମାଟି ଖାଇ ଆସୁଛନ୍ତି ସେ । ଏହି ବ୍ୟକ୍ତି ଜଣକ ଦିଲ୍ଲୀର ୪୫ ବର୍ଷୀୟ ହଂସ ରାଜ। ଆଜିର ସମୟରେ ଖାଇ ପିଇ ଆରାମରେ ରହୁଥିବା ଲୋକେ ନାନା ରୋଗରେ ପଡୁଛନ୍ତି। କିନ୍ତୁ ଏତେବର୍ଷ ଧରି ହଂସ ରାଜ ମାଟି ଖାଇ ଆସୁଥିଲେ ମଧ୍ୟ ଆଜିପର୍ୟ୍ୟନ୍ତ ତାଙ୍କୁ କୌଣସି ରୋଗ ହୋଇନାହିଁ। ଏଥିପାଇଁ ଲୋକେ ତାଙ୍କୁ ‘ସ୍ୟାଣ୍ଡ ମ୍ୟାନ୍‌’ ନାମରେ ଡାକୁଛନ୍ତି। ହଂସରାଜ ଗାଁ ଗାଁ ବୁଲି ମାଟି ସଂଗ୍ରହ କରି ଭିନ୍ନ ତରିକାରେ ଖାଉଛନ୍ତି। ପିଲାଦିନରୁ ସେ ମାଟି ଖାଇ ଆସୁଛନ୍ତି। ତାଙ୍କର ଏପରି ଅଭ୍ୟାସକୁ ନେଇ ଡାକ୍ତର କୁହନ୍ତି, ଯାହାର ଖାଇବା ପିଇବାରେ ବ୍ୟତିକ୍ରମ ଥାଏ ସେ ଏପରି ମାଟି ପଥର ଖାଇବା ଆରମ୍ଭ କରନ୍ତି। ଫଳରେ ଏପରି ବ୍ୟକ୍ତିଙ୍କର କୌଣସି ଅସୁବିଧା ହୁଏ ନାହିଁ। ହଂସରାଜ କୁହନ୍ତି ମାଟି ଖାଇବା ଦ୍ୱାରା ତାଙ୍କର ଆଜିପର୍ୟ୍ୟନ୍ତ କୌଣସି କ୍ଷତି ହୋଇନାହିଁ। ଏହାବ୍ୟତୀତ ସେ ପଥର ମଧ୍ୟ ଖାଉଛନ୍ତି। ଏହା ତାଙ୍କ ଅଭ୍ୟାସରେ ବି ପରିଣତ ହୋଇଗଲାଣି।