ମହିଳାଙ୍କ ପ୍ରବେଶ ରାୟକୁ ନେଇ ଇନ୍ଦୁ ମାଲହୋତ୍ରାଙ୍କ ବିରୋଧ

(ଶୁଭସ୍ମିତା ଦାଶ): ଗତ କାଲି ସୁପ୍ରିମ୍େକାର୍ଟ ସାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ଉଚ୍ଚେଦ କରିଥିଲେ । ମହିଳାଙ୍କ ସପକ୍ଷରେ ରାୟ ଆସିଥିବାରୁ ମହିଳାଙ୍କ ମଧ୍ୟରେ ଖୁସି ଦେଖାଦେଇ ଥିଲା । ଆଜି ଏହି ପ୍ରସଙ୍ଗରେ ଏକ ଭିନ୍ନ ମୋଡ଼ ନେଇକ୍ତି । ସୁପ୍ରିମ୍କୋର୍ଟଙ୍କର ଏହି ରାୟକୁ ବିରୋଧ କରିଥିଲେ ମହିଳା ବିଚାର ପତି ଇନ୍ଦୁ ମାଲହୋତ୍ରା । ବହୁ ବିଚାର ବିର୍ମଶ ପରେ ଯେତେବେଳେ କୋର୍ଟ ଏହି ରାୟ ଶୁଣାଣି କରୁଥିଲେ ସେତେବେଳ ମହିଳା ପ୍ରବେଶକୁ ବିରୋଧ କରି ମନ୍ତବ୍ୟ ଦେଇଥିଲେ ମହିଳା ବିଚାର ପତି । ଧର୍ମିୟ ପରମ୍ପରାରେ କୋର୍ଟ ଅଯଥା ହସ୍ତକ୍ଷେପ କରିବା ଅନୁଚିତ ବୋଲି ସେ କହିଥିଲେ । ଏକ ନିର୍ଦ୍ଧିଷ୍ଟ ଧର୍ମିୟ ବିଚାରରେ ବିଶ୍ୱାସ କରୁଥିବା ଗୋଷ୍ଠୀ ପରମ୍ପରାରେ କୌଣସି ପରିବର୍ତ୍ତନ କରିବା ଅର୍ଥ ସେମାନଙ୍କ ଧର୍ମିୟ ଅଧିକାରକୁୁ କ୍ଷୂର୍ଣ୍ଣ କରିବା । ସାରା ଦେଶରେ ମହିଳାଙ୍କ ଅଧିକାରକୁ ନେଇ ଯେତେବେଳେ କୋର୍ଟ ରାୟ ଶୁଣାଇବାକୁ ଯାଉଥିଲେ ସେତେବେଳେ ଜଣେ ମହିଳା ବିଚାର ପତିଙ୍କ ଏପରି ସନ୍ଦେଶ ସମସ୍ତଙ୍କୁ ଚକିତ କରିଥିଲା । ଏହି ରାୟକୁୁ ନେଇ ଗଠିତ ୫ଜଣିଆ ଖଣ୍ଡପୀଠରେ ସାମିଲ ଅଛନ୍ତି ଇନ୍ଦୁମାଲହୋତ୍ରା । ତଥାପି ୪-୧ ବହୁମତରେ ମହିଳାଙ୍କୁ ମନ୍ଦିରକୁ ଯିବାର ଅନୁମତି ମିଳିଛି ।