ସଡକ ଦୁର୍ଘଟଣା ; ପରିବାରରୁ ଚାଲିଗଲା ୮ ଜୀବନ

ଉତ୍ତର ପ୍ରଦେଶ – ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ । ଉତ୍ତରପ୍ରଦେଶର କୈାଶାମ୍ବୀରେ ରାସ୍ତା କଡରେ ଠିଆ ହୋଇଥିବା ଏକ କାର ଉପରେ ବାଲିଭର୍ତ୍ତି ଟ୍ରକ ଓଲଟି ପଡିବାରୁ ଏଭଳି ଘଟଣା ଘଟିଛି । ସେହି କାର ଭିତରେ ୮ ଜଣ ଲୋକ ଥିଲେ । ଏକ ବାହାଘର ଉତ୍ସବରେ ଯୋଗ ଦେଇ ସେମାନେ ଫେରୁଥିଲେ । ବୁଧବାର ପାହାନ୍ତା ପ୍ରାୟ ୩.୩୦ ରେ ଏଭଳି ଦୁର୍ଘଟଣା ଘଟିଛି । କାରରେ ଥିବା ସମସ୍ତଙ୍କର ବାଲି ଭର୍ତ୍ତି କାର ଓଲଟି ପଡିବା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ଏକ ବାହାଘର ଅନୁଷ୍ଠାନରେ ଯୋଗ ଦେଇ ଫେରୁଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକରେ ବାଲି ଭର୍ତ୍ତି ଥିଲା, ତେଣୁ ଟ୍ରକଟି କାର ଉପରେ ଓଲଟିବା ଫଳରେ ବାଲିରେ ସବୁ ପୋତି ହୋଇଯାଇଥିଲେ। ଫଳରେ କାରରୁ ବାହାରି ପାରିନଥିଲେ।ଫଳରେ କାରରୁ କେହି ବାହାରିପାରିନଥିଲେ । ଘଟଣାସ୍ଥଳରେ ସମସ୍ତଙ୍କ ଜୀବନ ଚାଲିଯାଇଥିଲା। ଏହି ଦୁର୍ଘଟଣା ବିଷୟରେ ଖବର ପାଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିଛନ୍ତି। ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଏବଂ ଆହତମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।