ଦୁଇବାଇକ ଧକ୍କା , ଜଣେ ମୃତ

(ତାରାକାନ୍ତ ନାୟକ): ନେମାଳ ଥାନା ଚିତ୍ରୋପ୍ତଲ ନଦୀ ବନ୍ଧର ଜନାର୍ଦନପୁର ଗାଁ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଦୁଇ ବାଇକ ଧକ୍କା ଜଣେ ମୃତ । ମୃତକ ଜଣକ ହେଲେ ବନ୍ଧୁପୁର ପଞ୍ଚାୟତର ସାହାଳପୁର ଗାଁର କାଙ୍ଗାଳୀ ମଲ୍ଲିକ ବୋଲି ଜଣାପଡିଛି । ଆଜି ସକାଳେ କାଙ୍ଗାଳୀମଲ୍ଲିକ ତାଙ୍କ ପୁଅ ସହିତ ଜଣ୍ଡିସ ଝଡ଼ିବା ପାଇଁ ସାଲେପୁର ବ୍ଲକର ବହୂଗ୍ରାମ ଗ୍ରାମକୁ ଯାଉଥିବା ସମୟରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା।ବାଇକରେ ପଛରେ ବସିଥିବା କାଙ୍ଗାଳୀମଲ୍ଲିକ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ।
।