କରୋନା କଟକଣା ଏପ୍ରିଲ୧୫କୁ ବୃଦ୍ଧି

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟର ମାଧ୍ୟମରେ କହିଛନ୍ତି ଯେ ସମସ୍ତ କଟକଣାକୁ ମାର୍ଚ୍ଚ ୩୧ରୁ ଏପ୍ରିଲ୍ ୧୫ଯାଏଁ ବୃଦ୍ଧି କରାଯାଇଛି । ଆବଶ୍ୟକ ପଡ଼ିଲେ କଟକଣାକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ସେ କହିଛନ୍ତି । ଏହାସହ ସମସ୍ତଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

https://twitter.com/Naveen_Odisha/status/1239553548330758144?s=20
ଭାରତରେ କରୋନା ଭାଇରସ୍ ରେ୧୨୫ଜଣ ଆକ୍ରାନ୍ତ ଥିବା ବେଳେ ଓଡ଼ିଶାରେ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି । ଏହାସହ ଦେଶରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଛି । ତେବେ କରୋନା ଭଳି ବିପର୍ୟ୍ୟୟର ମୁକାବିଲା ପାଇଁ ପୂର୍ବରୁ ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ମଲ୍ ବନ୍ଦ କରାଯିବା ସହ ଜନଗହଳି ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ବୃଦ୍ଧି କରିଛନ୍ତି।