ଭୁୁବନେଶ୍ୱର/ ସଞ୍ଜୁ– କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି ।କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଘରୋଇ ସଂଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଘରେ ବିଏମସି କିମ୍ବା ମ୍ୟୁନିସପାଲଟି ପକ୍ଷରୁ କୈାଣସି ପୋଷ୍ଟର ଲଗାଯିବ ନାହିଁ । ଏନେଇ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ପୈାର କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ । ତେବେ ପୂର୍ବରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଘର ଆଗରେ କ୍ୱାରେଣ୍ଟାଇନ ପୋଷ୍ଟର ଲଗାଯାଉଥିଲା । କିନ୍ତୁ ଏଣିକି ଆଉ କରୋନା ଆକ୍ରାନ୍ତଙ୍କ ଘର ଆଗରେ ଲାଗିନି ପୋଷ୍ଟର ।