ବାହା ହେଲେ ନରୁଲା ଓ ୟୁବିକା

( ମମତା ସାମଲ): ବିବାହ ହେଲେ “ବିଗ ବସ୍’ ତଥା ଟିଭି ଜଗତର ରୋମାଣ୍ଟିକ ଯୋଡି ପ୍ରିନ୍ସ ନରୁଲା ଓ ୟୁବିକା ଚୌଧୁରୀ । ଗତକାଲି ହିଁ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ତାଙ୍କ ବାହାଘରର ସମସ୍ତ ଫଟୋ ଏବେ ସୋଶାଲ୍ ମଡିଆରେ ଭାଇରାଲ୍ ହେବାକୁ ଆରମ୍ଭ କରିଛି। ଭାଇରାଲ୍ ହେଉଥିବା ଫଟୋରେ ୟୁବିକା ମରୁନ୍ ଏବଂ ଗୋଲ୍ଡେନ୍ କଲର୍ର ବ୍ରାଇଡାଲ୍ ଲେହେଙ୍ଗାରେ ଖୁବ୍ ଗର୍ଜିୟସ୍ ଲାଗୁଥିଲେ। ପ୍ରିନ୍ସ ବି ଧଳା ଓ ଗୋଲ୍ଡେନ୍ ରଙ୍ଗର ସେରେୱାନୀରେ ପୂରା ହ୍ୟାଣ୍ଡସମ୍ ଆଗୁଥିଲେ। ଦୁହିଁଙ୍କ ବାହାଘରରେ କଳାକାରଙ୍କ ସମେତ ଅନେକ ନାମିଦାମୀ ଲୋକ ଉପସ୍ଥିତ ଥିଲେ।ଏହି ବାହାଘରରେ ସୁନୀଲ ସେଟ୍ଟୀ, ସୋହେଲ୍ ଖାନ୍, ଇର୍ଫାନ୍ ଫଠାନ୍ ଓ ତାଙ୍କ ପତ୍ନୀ, ପ୍ରିୟଙ୍କ ଶର୍ମା, ଦିବ୍ୟା ଅଗ୍ରୱାଲ୍ ଓ ରଶ୍ମି ଦେଶାଇ ଉପସ୍ଥିତ ଥିଲେ।

ପ୍ରିନ୍ସ ଓ ୟୁବିକା ରିଆଲିଟି ଶୋ’ ବିଗ୍ ବସ୍-୯ରେ ଅଂଶଗ୍ରହଣ କରିଥିଲେ। ସେହି ଶୋ’ରେ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ସେବେଠୁ ଦୁହିଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଯାଇଥିଲା। ୟୁବିକା ଫର୍ହାଖାନ୍ଙ୍କ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ରେ ଶାହାରୁଖ୍ଙ୍କ ଅପୋଜିଟ୍ରେ ଅଭିନୟ କରିଥିଲେ। ପ୍ରିନ୍ସଙ୍କୁ ଏବେ ନାଗୀନ୍-୩ରେ ଦେଖିବାକୁ ମିଳୁଛି।