(ଆଦର୍ଶ ରାଉତ) : କମିଶନରେଟ ପୋଲିସ କୁ ବଡ ସଫଳତା ୪ ଜଣ ବନ୍ଧୁକ ବେପାରି ଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଜବତ ହୋଇଛି ୫ ଟି ବନ୍ଧୁକ ଓ ୧୫ ଟି ଅଫୁଟା ଗୁଳି ।
ଦିନକୁ ଦିନ ଭୁବନେଶ୍ୱର ରେ ବଢି ଚାଲିଛି ବନ୍ଧୁକ ବେପାରୀ ଙ୍କ ବନ୍ଧୁକ ବେପାର । ବିହାର ରୁ ବନ୍ଧୁକ ଆଣି ଭୁବନେଶ୍ୱର ରେ ଗୋଟିଏ ବନ୍ଧୁକ କୁ ପ୍ରାୟ ୪୫ ହଜାର ରୁ ୫୦ ହଜାର ରେ ବିକ୍ରି କରୁଛନ୍ତି ବନ୍ଧୁକ ବେପାରୀ । କୌଣସି ସୂତ୍ର ରୁ ଖବର ପାଇ ଖଣ୍ଡଗିରି ପୋଲିସ ୪ ଜଣ ବେପାରି କୁ କାବୁ କରି ଓ ତାଙ୍କ ଠାରୁ ୫ଟି ବନ୍ଧୁକ ଜବତ କରିଛି । ଗିରଫ ହୋଇଥିବା ବପୋରି ମାନେ ହେଲେ ରାମଚନ୍ଦ୍ର ବାରିକ , ସଜଂୟ କୁମାର ଜେନା , ଜ୍ଞାନ ରଜଂନ ସିଂ , ଗୌରାଙ୍ଗ ଚରଣ ସିଥା । ଗୌରାଙ୍ଗ ଚରଣ ସିଥା ଙ୍କ ନାମ ରେ ଆଗରୁ ନୟାପଲି ଥାନା ରେ କେସ ଥିବା ବେଳେ ଆଉ ୩ ଜଣ ବନ୍ଧୁକ ବେପାର ରେ ପ୍ରଥମ ଥର ପାଇଁ ଗିରଫ ହୋଇଥିବା ର ସୂଚନା ଦେଇଛନ୍ତି ପୋଲିସ କମିସନର ସତ୍ୟଜିତ ମହାନ୍ତି ।