PM ଇ-ଡ୍ରାଇଭ୍‌ର ଅବଧି ବଢ଼ିଲା, କିନ୍ତୁ କମିଲା EV ସବସିଡି

ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ଯୋଜନା କରୁଥିଲେ, ଏହି ଖବର ଆପଣଙ୍କ ପାଇଁ ଜରୁରୀ। କାରଣ PM ଇ-ଡ୍ରାଇଭ୍ ଯୋଜନାରେ ସରକାର ପରିବର୍ତ୍ତନ ଆଣିଛନ୍ତି। ଯୋଜନାର ସମୟସୀମାକୁ ୩୧ ମାର୍ଚ୍ଚ ୨୦୨୮ ଯାଏଁ ବଢ଼ାଯାଇଥିବା ବେଳେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ପାଇଁ ମିଳୁଥିବା ପ୍ରୋତ୍ସାହନ ରାଶି କମାଇ ଦିଆଯାଇଛି। ଫଳରେ ଆଗାମୀ ଦିନରେ EV କିଣିଲେ ପୂର୍ବାପେକ୍ଷା କମ୍ ସବସିଡି ମିଳିବ। ସରକାରଙ୍କ ନୂଆ ନିୟମ ଅନୁସାରେ, ଯୋଗ୍ୟ ଇଲେକ୍ଟ୍ରିକ୍ ଦୁଇଚକିଆ ପାଇଁ ପ୍ରତି kWh ବ୍ୟାଟେରୀ କ୍ଷମତା ଉପରେ ୨,୫୦୦ ଟଙ୍କା ହିସାବରେ ଇନସେଣ୍ଟିଭ୍ ଦିଆଯିବ। ପୂର୍ବରୁ ଏହି ହାର ୫,୦୦୦ ଟଙ୍କା ଥିଲା। ଅର୍ଥାତ୍ ପ୍ରତି kWh ପିଛା ମିଳୁଥିବା ସହାୟତା ଅଧା ହୋଇଛି।ନୂଆ ବ୍ୟବସ୍ଥା ଅନୁଯାୟୀ, ୧ ଏପ୍ରିଲ୍ ୨୦୨୫ ଠାରୁ ୩୧ ମାର୍ଚ୍ଚ ୨୦୨୮ ମଧ୍ୟରେ ପଞ୍ଜୀକୃତ ଯୋଗ୍ୟ ଇଲେକ୍ଟ୍ରିକ୍ ଦୁଇଚକିଆ ଏହି ସୁବିଧା ପାଇପାରିବେ।

DC Fast EV Charging Stations in Delhi for Cars, Auto, Bike & Commercial Vehicles

କିନ୍ତୁ ଗୋଟିଏ ଗାଡ଼ି ପାଇଁ ସର୍ବାଧିକ ୫,୦୦୦ ଟଙ୍କା ହିଁ ଇନସେଣ୍ଟିଭ୍ ମିଳିବ।ଏହା ପୂର୍ବରୁ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରତି kWh ପିଛା ୫,୦୦୦ ଟଙ୍କା ହାରରେ ପ୍ରୋତ୍ସାହନ ମିଳୁଥିଲା। ସେତେବେଳେ ଗାଡ଼ି ପିଛା ସର୍ବାଧିକ ୧୦,୦୦୦ ଟଙ୍କା ଯାଏଁ ଲାଭ ମିଳିପାରୁଥିଲା। ଏବେ ଏହି ସର୍ବୋଚ୍ଚ ସୀମା ୫,୦୦୦ ଟଙ୍କାକୁ ଖସିଆସିଛି।

State-Wise EV Scooter Subsidy India 2026 Compared

ତେବେ ସମସ୍ତ ପ୍ରକାରର ଇଲେକ୍ଟ୍ରିକ୍ ଦୁଇଚକିଆ ଏହି ଯୋଜନାର ଲାଭ ପାଇବେ ନାହିଁ। ସରକାର ଏଥିପାଇଁ ଗାଡ଼ିର ସର୍ବାଧିକ ଫ୍ୟାକ୍ଟ୍ରି ମୂଲ୍ୟ ୧.୫ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି। ତେଣୁ ଏହି ସୀମାଠାରୁ ଅଧିକ ଦାମର ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ ଏହି ଇନସେଣ୍ଟିଭ୍ ପାଇଁ ଯୋଗ୍ୟ ହେବ ନାହିଁ। ଅନ୍ୟପଟେ, PM ଇ-ଡ୍ରାଇଭ୍ ଯୋଜନାକୁ ଆହୁରି ଦୁଇ ବର୍ଷ ଚାଲୁ ରଖିବା ପାଇଁ ସମୟସୀମା ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଢ଼ାଯାଇଛି। ଦେଶରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ାଇବା ସହ EV ଚାର୍ଜିଂ ଭଳି ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ଏହି ଯୋଜନାର ପ୍ରମୁଖ ଲକ୍ଷ୍ୟ। ଏହି ଯୋଜନା ପାଇଁ ସରକାର ମୋଟ ୧୧,୯୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି। EV ବ୍ୟବହାରକୁ ଉତ୍ସାହିତ କରିବା ସହ ଏହା ସହ ଜଡ଼ିତ ଭିତ୍ତିଭୂମିକୁ ମଧ୍ୟ ମଜବୁତ କରିବା ଉପରେ ଯୋଜନାରେ ଗୁରୁତ୍ୱ ଦିଆଯାଉଛି। ତେବେ ନୂଆ ପରିବର୍ତ୍ତନ ପରେ ଇଲେକ୍ଟ୍ରିକ୍ ଦୁଇଚକିଆ କିଣିବାକୁ ଯାଉଥିବା ଗ୍ରାହକଙ୍କୁ ଗୋଟିଏ କଥା ମନେ ରଖିବାକୁ ହେବ—ଯୋଜନା ଜାରି ରହିଛି, କିନ୍ତୁ ପୂର୍ବ ତୁଳନାରେ ସବସିଡିର ପରିମାଣ କମିଛି।