ପୁରୀରେ ପିନାକୀ ମିଶ୍ରଙ୍କୁ ବିରୋଧ ;କୁଶପୁତ୍ତିଳା ଦାହ କଲା ପୁରୀ ବିଜେପି ଯୁବ ମୋର୍ଚ୍ଚା

ପୁରୀ/ ଜୟନ୍ତ କୁମାର ସେଠୀ: ଲୋକସଭାରେ ପୁରୀ ସାଂସଦ ପିନାକୀ ମିଶ୍ର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ନେଇ ଦେଇଥିବା ତଥ୍ୟକୁ ପୁରୀ ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି । ପୁରୀ ଏମପି ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରି ପୁରୀ ଟାଉନ ଥାନା ସମ୍ମୁଖରେ ପିନାକି ମିଶ୍ରିକଙ୍କ କୁଶ ପୁତ୍ତଳିକା ଦାହ କରିଛି ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ।ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନାମରେ ଶ୍ରୀମନ୍ଦିର ଚାରିପାଖେ କାହିଁକି ଖୋଳାଯାଇଛି ଗାତ ଏବଂ କଣ ସେଠାରେ ନିର୍ମାଣ କରାଯିବ ବୋଲି ସ୍ପଷ୍ଟିକରଣ ମାଗିଛି ବିଜେପି ।

ସେପଟେ ଶ୍ରୀମନ୍ଦିର ଚାରିପାଖରେ ନିର୍ମାଣ କରାଗଲେ ଶ୍ରୀମନ୍ଦିର ପ୍ରତି ବିପଦ ଥିବା କହିସାରିଛନ୍ତି ଏଏସଆଇ । ତଥାପି ସରକାର କାହିଁକି ଜୋରଜବରଦସ୍ତ କାର୍ଯ୍ୟକରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛି ବିଜେପି । ତେବେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାମ ନେଇ ଏମପି ପରିଦର୍ଶନ ବି କରୁନାହାନ୍ତି । ସେଠାରେ ନିର୍ମାଣ କାର୍ଯ୍ୟ ହେଉ ନାହିଁ ,କେବଳ ମାତ୍ର ୨ଟି ଶୈାଚାଳୟ ହେଉଥିବା ପିନାକୀ କହିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ପୁରୀ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା କହିଛି । ଅନ୍ୟପକ୍ଷରେ ସରକାର ଯଦି ଶୈାଚାଳୟ ନିର୍ମାଣ କରୁଛନ୍ତି, ତାହେଲେ କଣ ଶୈାଚାଳୟ ପାଇଁ ୩୦ ଫୁଟ ମାଟି ଖୋଳି ନିର୍ମାଣ କାର୍ଯ୍ୟ କରାଯାଏ କି ବୋଲି ବିଜେପି କରିଛି ପ୍ରଶ୍ନ । । ବିଜେପି ପକ୍ଷରୁ କୁହାଯାଇଛି ସାଂସଦ ପିନାକୀ ମିଶ୍ର ତୁରନ୍ତ ଏହାର ଜବାବ ଦିଅନ୍ତୁ ।