ଆମ ପୋଲିସ ସମିତି, ଗୋରୁମହିଷାଣୀ ଆନୁକୁଲ୍ୟରେ ୮୧ ୟୂନିଟ ରକ୍ତ ସଂଗ୍ରହ

(ସତ୍ୟ ନାରାୟଣ ପାଲ୍ ରାଇଙ୍ଗପୁର) ; କରୋନା ମହାମାରୀ ଦିତୀୟ ଲହରୀରେ ସମଗ୍ର ମାନବ ସମାଜ ଭୟଭୀତ ।ଏହିଭଳି ଜାତୀୟ ବିପତ୍ତି ସମୟରେ ସବୁଠାରୁ ଅସୁବିଧାରେ ପଡ଼ିଛନ୍ତି ରୋଗୀମାନେ । ଏଭଳି ଘଡ଼ି ସନ୍ଧି ମୂହୂର୍ତ୍ତରେ ଡାକ୍ତର ଖାନା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଛି । କରୋନା ମହାମାରୀ ନେଇ ଡାକ୍ତରଖାନାକୁ କେହି ଆସୁ ନାହାନ୍ତି ।କରୋନା ପ୍ରଥମ ଲହରୀରେ ବୟସ୍କ ମାନେ ବେଶି ସଂକ୍ରମିତ ହେଉଥିବା ବେଳେ ଦିତୀୟ ଲହରରୀରେ ଯୁବ ପିଢିବେଶି ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି ।ରକ୍ତ ଦାନକୁ ନେଇ ଯୁବଗୋଷ୍ଠି ବେସ୍ ଉସ୍ଚାହ ଥିବାବେଳେ ଏବେ ସେମାନଙ୍କ ମଧ୍ୟରେ ଏକ ରକମର ଭୟର ବାତାବରଣ ଦେଖାଦେଇଛି । ଡ଼ାକ୍ତରଖାନାରେ ରକ୍ତ ସଂକଟ ଓ ରୋଗୀମାନଙ୍କର ବିନ୍ଦୁଏ ରକ୍ତ ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି । ଏଭଳି ମର୍ମସ୍ପର୍ଶୀ ସମସ୍ୟା ନେଇ ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁ ଆମ ପୋଲିସ ସମିତି ଏବଂ ଆମ ଓଡ଼ିଶା ତରଫରୁ ଶୁକ୍ରବାର ଦିନ ଗୋରୁମହିଷାଣୀ ଥାନା ପରିସରରେ ଏକ ରକ୍ତଦାନ ସଂଗ୍ରହ କାର୍ୟ୍ୟକ୍ରମ ଆୟୋଜନ କରିଥିଲେ ।ଏହି ରକ୍ତ ଦାନ ମହତ କାମରେ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।ତଦସହ ପ୍ରଥମ ରକ୍ତଦାତା ଭାବେ ରକ୍ତଦାନ କରି ଉପସ୍ଥିତ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଦାନ କରି ଜଣକ ଜୀବନକୁ ମରଣ ମୁହଁରୁ ଫେରାଇବାକୁ ଆଣିବା ଭଳି ମହତ କାମ ଦୁନିଆରେ ଆଉ କିଛି ନାହିଁ ବୋଲି ଏସଡିପିଓ ରକ୍ତଦାତାଙ୍କୁ ପ୍ରେରଣାର ବାର୍ତ୍ତା ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ୮୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । କାର୍ୟ୍ୟକ୍ରମରେ, ସମାଜସେବୀ ଲକ୍ଷ୍ମଣ ଟୁଡୁ, ପୋଲିସ ସମିତି ସଦସ୍ୟବୃନ୍ଦ, ଗୋରୁମହିଷାଣୀ ଥାନା ର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ପୋଲିସ ଯେ କେବଳ ଆଇନ ଶୃଙ୍ଖଳା ରକ୍ଷା କରୁଛି ତାହା ନୁହଁ । ସାମାଜିକ କାର୍ୟ୍ୟରେ ମଧ୍ୟ ପାଦ ଦେଇ ଏଭଳି ମାନବ କଲ୍ୟାଣ କାର୍ୟ୍ୟକ୍ରମ କରୁଛି । ଗୋରୁମହିଷାଣୀ ଥାନା ଅଧୀକାରୀ ପ୍ରଶାନ୍ତ ସ୍ୱାଇଁଙ୍କ ଏଭଳି ଜନ କଲ୍ୟାଣ କାର୍ୟ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।