ଭୁୁବନେଶ୍ୱର/ସଂଜୁ -ପୋଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର । କେବଳ ସାଧାରଣ ଲୋକ କେବଳ ୧୧୨ ନମ୍ବରକୁ ଫୋନ୍ କରି ସହାୟତା ଜଣାଇପାରିବେ । ଫଳରେ ପୋଲିସ , ଆମ୍ବୁଲାନ୍ସ , ଦମକଳ, ମହିଳା ହେଲ୍ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବ ନାହିଁ । ଜନସାଧାରଣ ସୁବିଧା ତଥା ତ୍ୱରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।୧୦୦ , ୧୦୧, ୧୦୨ , ୧୦୪ , ୧୦୮ ଆଦି ନମ୍ବରକୁ ଏକୀଭୂତ କରି ୧୧୨ ରେ ପରିଣତ କରାଯାଇଛି । ୧୧୨ ସେବା ଯୋଗାଇବାପାଇଁ ୧୦୯୮ ଟି ପଦବୀକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେବାରେ ୪ ଡିଏସପି , ୧୫୧ ଏସ୍ଆଇ , ୨୦୩ ଜଣ ଏଏସ୍ଆଇ ଓ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ ।