(ଭୁବନେଶ୍ୱର) : ଓଏଲଏକ୍ସ ନାଁରେ ଠକେଇ । ସେ ପୁଣି ସ୍ମାର୍ଟ ସିଟି ଭୁବନେଶ୍ୱରରେ । ଓଏଲଏକ୍ସରେ ଗାଡି ବିକ୍ରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି ।
ସୂଚନାଅନୁଯାୟୀ, ନୟାଗଡ ଜିଲ୍ଲାର ଜଣେ ଯୁବକ ଓଏଲଏକ୍ସ ରେ ଏକ ବୋଲେର ଗାଡିର ବିଜ୍ଞାପନ ଦେଖି ଏହାର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ । ପରେ ମାଲିକ ଜଣକ ଭୁବନେଶ୍ୱର ମେଟ୍ରୋ ଅଟୋ ମୋବାଇଲ କେସୁରା କୁ ଆସିବାକୁ ଯୁବକ ଜଣଙ୍କୁ କହିଥିଲେ । ଯୁବକ ଜଣଙ୍କ ସେହି ଜଗାରେ ପହଞ୍ଚିବା ପରେ ୪ ଲକ୍ଷ ଟଙ୍କାରେ ଗାଡି ମୂଲ୍ୟୟନ କରିବା ସହ ସେ ଯୁବକ ଜଣକ ପଇସା ମଧ୍ୟ ମାଲିକକୁ ଦେଇଥିଲେ । କିନ୍ତୁ ସେହି ମାଲିକ ଜଣକ ସେ ଯୁବକ ଜଣଙ୍କୁ କହିଲେ ଯେ, ତୁମେ ଆଜି ଭୁବନେଶ୍ୱର ସ୍ଥିତ ଘରୋଇ ହୋଟେଲରେ ରହିଯାଅ ଏବଂ ଆସନ୍ତକାଲି ଆପଣ ଏଠାକୁ ଆସି ଗାଡି ସହ ଗାଡି ର ସମସ୍ତ କାଗଜ ପତ୍ର ନେଇଯିବେ । ପରଦିନ ଯୁବକ ଜଣଙ୍କ ସେଠାରେ ପହଞ୍ଚି କାହାକୁ ପାଇନଥିଲେ । ଆଜିକୁ ପ୍ରାୟ ୨ ମାସ ହୋଇଗଲାଣି ମାଲିକଙ୍କ ଦେଖା ଦର୍ଶନ ମିଳୁନାହିଁ । ଏନେଇ ଯୁବକଙ୍କ ଜଣକ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।