(ରାଇରଙ୍ଗପୁର / ସତ୍ୟନାରାୟଣ ପାଲ ) : ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିୟା ଥାନା ଅନ୍ତର୍ଗତ ବମ୍ବେଛକ ଠାରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଛି। ସ୍ଥାନୀୟ ଶିବ ମନ୍ଦିର ନିକଟରୁ ବାହାରି ବମ୍ବେ ଛକ ସାପ୍ତାହିକ ହାଟ ପର୍ଯ୍ୟନ୍ତ ପରିକ୍ରମା ହୋଇଥିଲ। ମୁଖ୍ୟଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ଅଭିମନ୍ୟୁ ନାୟକ ପତାକା ଦେଖାଇ ଏହି ସଚେତନତା ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରାରେ ଏହି ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସହ ସ୍ଥାନୀୟ ଯୁବକ, ଆରକ୍ଷୀ ବାହିନୀ, ଆଞ୍ଚଳିକ ପରିବହନର କର୍ମଚାରୀ ସାମିଲ ହୋଇ ଟ୍ରାଫିକ ନିୟମ ଉପରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। “ନୋ ହେଲମେଟ, ନୋ ଲାଇଫ”ନାରା ଦେଇ ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରା କରିଥିଲେ। ଦାସକାଠିଆ ମାଧ୍ୟମରେ ସଚେତନତା ଶୋଭାଯାତ୍ରା ଥିଲା ଏହାର ମୁଖ୍ୟ ଆକର୍ଷଣ।