(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ୟ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଆଜି ରାଉରକେଲା ଘଓଞକୁ ଛୁଟି ଘୋଷଣା କରାଯାଇଛି। ଏହାସହ ଏଠାରେ ରହି ପଢ଼ୁଥିବା ଦେଶ ବିଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କ୍ୟାମ୍ପସ୍ରେ ରହିବାକୁ ଚାହିଁବେ, ତା’ହେଲେ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ କରିବାକୁ ଘୋଷଣା ହୋଇଛି।