ନେଟଫ୍ଲିକ୍ସ ଭାରତ ଓ ହିନ୍ଦୁଙ୍କୁ ବହୁ ଅପମାନିତ କରୁଛି: ଶିବସେନା

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)– ନେଟଫ୍ଲିକ୍ସର ବିଭିନ୍ନ ସିରିଜରେ ଭାରତ ଏବଂ ହିନ୍ଦୁ ଧର୍ମକୁ ଅପମାନିତ କରାଯାଉଥିବା ପୋଲିସରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶିବସେନାର ଆଇଟି ସେଲ ସଦସ୍ୟ ରମେଶ ସୋଲଙ୍କି । ଭାରତ ଓ ହିନ୍ଦୁ ଧର୍ମକୁ ବିଶ୍ୱସ୍ତରରେ ଅପମାନ କରାଯାଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଆମେରିକା ଭିତ୍ତିକ କମ୍ପାନୀ ନେଟଫ୍ଲିକ୍ସ ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧର୍ମକୁ ବିଶ୍ୱ ସ୍ତରରେ ଭୁଲ ଉପସ୍ଥାପନା କରୁଛି । ନେଟଫ୍ଲିକ୍ସର ପ୍ରତ୍ୟେକ କାର୍ଯ୍ୟକ୍ରମରେ ହିନ୍ଦୁ ଫୋବିଆ ଦେଖିବାକୁ ମିଳୁଛି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ସେ କର୍ତ୍ତୃପକ୍ଷଙ୍କ ନିକଟରେ ଏହିସବୁ ବିଷୟବସ୍ତୁ ଉପରେ ନଜର ରଖିବା ସହ ସେମାନଙ୍କୁ ସମନ ଜାରି କରିବା ସହ ଅନ୍ୟ ପଦକ୍ଷେପ ନିଅନ୍ତୁ । ଭାରତ ବ୍ୟତୀତ ଅନ୍ୟ ସବୁ ରାଷ୍ଟ୍ରରେ ସଂଖ୍ୟାଲଘୁ ବା ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଅପମାନିତ କରିବାକୁ ସେମାନଙ୍କୁ ଅନୁମତି ଦିଆଯିବା ଉଚିତ ନୁହେଁ ।