ନଖର ସୌନ୍ଦର୍ଯ୍ୟ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପାର୍ଲର ନ ଯାଇ ଘରେ ସୁନ୍ଦର ଭାବେ ନଖ ସଜାନ୍ତୁ । ନଖ ଉପରେ ଛୋଟ ଛୋଟ ଫୁଲର ଛିଟା ଦେବାକୁ ଚାହୁଁଥିଲେ ଉଭୟ ଗାଢ ଓ ଫିକା ରଙ୍ଗ ବାଛନ୍ତୁ । ପ୍ରଥମେ ହାଲୁକା ଓ ପରେ ଗାଢ ରଙ୍ଗରେ ନେଲପଲିସ ଲଗାନ୍ତୁ ।
ପସନ୍ଦ ଅନୁସାରେ ଛୋଟ ପୁଲ ଆଙ୍କନ୍ତୁ । ଫୁଲ ମଝିରେ ବିନ୍ଦୁ ଭଳି ଟିପା କିମ୍ବା ଷ୍ଟୋନ ଲାଗାଇପାରିବେ । ଶୁଖିଯିବା ପରେ ଟ୍ରାନ୍ସପରେଣ୍ଡ ନେଲ କଲର ଲଗାନ୍ତୁ । ଏହା ଦ୍ୱାରା ଶୀଘ୍ର ଫିକା ପଡ଼େ ନାହିଁ ।
ଦେଲ ପଲିସ ଲଗାଇବା ପରେ ନଖ ଉପରେ କାର୍ଟୁନ କିମ୍ବା ଅନ୍ୟ କୌଣସି ଆକର୍ଷଣୀୟ ଷ୍ଟିକର ମଧ୍ୟ ଲଗାଇପାରିବେ । ଏଗୁଡ଼ିକ ବଜାରରେ ଉପଲବ୍ଧ ।
ଏକାଧିକ ରଙ୍ଗରେ ନଖ ସଜାଇବାକୁ ଚାହୁଁଥିଲେ ସୁନେଲି କିମ୍ବା ଗାଢ ନୀଳ ରଙ୍ଗ ବାଛନ୍ତୁ । ପ୍ରଥମେ ଟାନ୍ସପରେଣ୍ଟ ନେଲ କଲର ନଖରେ ଲଗାନ୍ତୁ । ଭଲଭାବେ ଶୁଖିଯିବ ପରେ ପ୍ରଥମେ ରଙ୍ଗ ଦିଅନ୍ତୁ । ପରେ ବାକି ନଖ ସଜାନ୍ତୁ ।
ଦୁଇ କିମ୍ବା ଅଧିକ ରଙ୍ଗରେ ସଜାଉଥିଲେ ମଝି ଅଂଶକୁ କଳା , ନେଭି ବ୍ଲୁରେ ସଜାନ୍ତୁ ।