ଭୁବନେଶ୍ୱର: ଚଳତ ବର୍ଷ ସଅଳ ଆସୁଛି ମୌସୁମୀ । ଦକ୍ଷଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗକୁ ଅଗ୍ରସର ହେଉଛି । ତେଣୁ ଆଗାମୀ ୩ ଦିନ ଭିତରେ ଓଡିଶା ଛୁଇଁପାରେ ମୌସୁମୀ ବାୟୁ । ସେପଟେ ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । ଆଜି ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ କିଛି ଜିଲ୍ଲାରେ ଭାରି ବର୍ଷା ହେବ । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।