ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ…

ଆସନ୍ତା ୨୪ ଘଂଟାରେ ସୃଷ୍ଟି ହେବ ଲଘୁଚାପ। ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ୪୮ ଘଣ୍ଟା ପାଇଁ ରେଡ ଆଲର୍ଟ ରହିଥିବା ବେଳେ ୪ ଦିନ ଯାଏ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ। ତେବେ ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଓ ତା ପାଖପାଖି ଦକ୍ଷିଣ ବାଂଲାଦେଶ ପାଖରେ ଉପର  ବାୟୁ  ଘୁର୍ଣ୍ଣିବଳୟ ସକ୍ରିୟ ରହିଛି।ସମୁଦ୍ର ପତନ ଠାରୁ ୭.୬ ଉଚ୍ଚତା ପର୍ଯ୍ୟନ୍ତ ରହିଥିବା ବେଳେ ଉତ୍ତର ପଶ୍ଚିମକୁ ଢଳିକି ରହିଛି। ଏହାର  ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗର ଓ ଏହାର ନିକଟବର୍ତୀ ପଶ୍ଚିମ ବଙ୍ଗଳାଦେଶ ଉପକୂଳରେ ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟଧିକ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଂଟାରେ ଜଗତସିଂହପୁର କେନ୍ଦ୍ରାପଡା ଭଦ୍ରକ ଏହି ୩ ଜିଲ୍ଲାରେ ଭୀଷଣ ବର୍ଷା (୨୦ ସେମି ରୁ ଉର୍ଧ୍ଵ ) ନେଇ ରେଡି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଗଂଜାମ, ଗଜପତି,ନୟାଗଡ, ଖୋର୍ଦ୍ଧା, ପୁରୀ କଟକ   ବାଲେଶ୍ୱର ଯାଜପୁର, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୦ ଜିଲ୍ଲାରେ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦) କୁ ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି  ରାୟଗଡା କନ୍ଧମାଳ ବୌଦ୍ଧ ଅନୁଗୁଳ ଢେଙ୍କାନାଳ ଦେଓଗଡ ଓ ସୁନ୍ଦରଗଡ ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଜଗତସିଂହପୁର ରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଥିବା ବେଳେ କନ୍ଧମାଳ, ନୟାଗଡ, ଖୋରଧା, କଟକ, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ କେନ୍ଦୁଝର ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ନିଙ୍ଗ ଜାରି କରିଛି ବିଭାଗ ।

ରାୟଗଡା,ଗଂଜାମ,ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ୱର,ଦେଓଗଡ,ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୧୭ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ଓଡିଶା ଉପକୂଳରେ ମେଘୁଆ ପାଗ ସହ  ୪୫ ରୁ ୫୦  କିମି ପବନ ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନା କୁ ନେଇ ସମୁଦ୍ର ଆସନ୍ତା ରହିବ ୧୪ ରୁ ୧୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।