(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ବିଧାନସଭା ମୌସୁମି ଅଧିବେଶନ ତୃତୀୟ ଦିନରେ ପ୍ରଥମେ କଂଗ୍ରେସ ଦଳର ନେତା ଶିକ୍ଷକ ମାନଙ୍କ ଆନ୍ଦୋଳନ ପ୍ରସଙ୍ଗ ଓ ବିଜେପି ଚାରା ଦୁର୍ନିତିରେ ହୋଇଥିବା ୧୦୦ କୋଟି ଟଙ୍କାର ଘୋଟଲାକୁ ନେଇ ହୋହାଲ୍ଲା କରିଥିଲେ । ଆଜି ମଧ୍ୟ ବିଧାନସଭା କୁ ୧୧:୩୦ ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି ।
ଏହି ଘଟଣାକୁ ଖୁବ ନିନ୍ଦାକରି ବଜେଡି ମୁଖପାତ୍ର ସମୀର ଦାଶ ପ୍ରତିକ୍ରିୟାରେ ରଖିଛନ୍ତି କି ଆଜି ସ୍ୱାସ୍ଥ ବିଭାଗର ପ୍ରଶ୍ନୋତର କାର୍ଯ୍ୟକ୍ରମ ଥିଲା କିନ୍ତୁ ବିରୋଧି ଏହାକୁ ବନ୍ଦ କରିବା ସଂର୍ମ୍ପୂର୍ଣ୍ଣ ନିନ୍ଦନୀୟ । ସେପଟେ ବିଜେଡିକୁୁ ଆକ୍ଷେପ କରି ବିଜେପି ନେତା ପ୍ରଦୀପ ପୁରହିତ କହିଛନ୍ତି କି ରାଜ୍ୟ ସରକାର ଲୁଟେରା ଭଳି କାର୍ଯ୍ୟ କରୁଛନ୍ତି, ପୁର୍ବତନ କୃଷିମନ୍ତ୍ରୀ ଦାମଦୋର ରାଉତଙ୍କ ପ୍ରଶ୍ନର ସରକାରଙ୍କ ଉତରରେ ଜଣାପଡୁଛି କି ସରକାର ମୟୁରଭଞ୍ଜ ରେ ୧୭ କୋଟିରୁ ଅଧିକ ଟଙ୍କାର ଚାରା କିଣାରେ ଘୋଟଲା କରିଛନ୍ତି । ଯଦି ଗୋଟିଏ ଜିଲ୍ଲାରେ ୧୭ କୋଟି ଘୋଟଲା ହେଇଛି ତାହାଲେ ସାରା ରାଜ୍ୟରେ କେତେ ହେଇଛି ବୋଲି ପ୍ରଶ୍ନ କରିବା ସହ ଘୋଟଲା ପଛରେ ଗଡ ଫାଦର ଜଣକ କିଏ ବୋଲି ପ୍ରଶ୍ନ କରିଛନ୍ତି ତାସହ ଏଇ ବିଷୟରେ ସିବିଆଇର ତଦନ୍ତ ଦାବି କରିଛନ୍ତି ।
ସେପଟେ କଂଗ୍ରେସର ମୂଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତ କହିଛନ୍ତି କିି ୨୧ ଦିନ ଧରି ଶିକ୍ଷକଙ୍କ ଦାବି ନଶୁଣିବା ଦୁର୍ଭାଗ୍ୟଜନକ ଘଟଣା, ନବୀନ ସରକାର ଅନ୍ଧ ମୁକ କାଲା ସରକାର, ଖୁବ ଶିଘ୍ର ସେମାନଙ୍କ ଦାବି ମାନି ନେଇ ସମାଧାନର ରାସ୍ତା ବାହାର କରନ୍ତୁ ।