1975 ମସିହା ପରଠାରୁ ବିଭିନ୍ନ ଦୁର୍ଦ୍ଦିନରେ ଗାଁ ଗାଁ ବୁଲି ଲୋକ ମାନଙ୍କ ସ୍ଵାସ୍ତ୍ୟ ସେବା ଯୋଗାଇ ଦେଇ ଆସୁଛୁ । ନବୀନ ସରକାର ଥିଲା ବେଳେ ଆମର ଚାକିରୀ ସୀମା 62 ବର୍ଷ କରିଥିଲେ ହେଲେ ଏ ନିକମା ମୋହନ ସରକାର ଏବେ ଆମକୁ 55ବର୍ଷରେ ବାହାର କରିଦେବାକୁ କହୁଛି। କରୋନା ମହାମାରୀ ସମୟରେ ଆମ ଜୀବନ କୁ ବାଜିଲାଗେଇ ସରକାର ଙ୍କୁ ସାହାଯ୍ୟ କରିଆସିଛୁ । ବର୍ତ୍ତମାନ ମଧ୍ୟ୍ୟ ଆମେ କମ ପରିଶ୍ରମିକରେ ପ୍ରତି ମୁହୂର୍ତ୍ତରେ ସରକାର ଙ୍କ ଆଦେଶ ମାନି କାର୍ଯ୍ୟ କରିଆସୁଅଛୁ। ତଥାପି ଠିକ ସମୟରେ ଦରମା ଦେଇପାରୁନାହାନ୍ତି । ଆମକୁ ଶାଢ଼ୀ ଖଣ୍ଡେ ବି ଦେଇପାରୁନାଁହାନ୍ତି । ଖାଲି ଆମକୁ ଖଟେଇ ଚାଲିଛନ୍ତି । ଅଳ୍ପ ପାରିଶ୍ରମିକରେ ଆଉ ଆମେ କେତେଦିନ ଖଟିବୁ । ଆମ ପିଲା ପରିବାର ଅଛି ।

ବର୍ତ୍ତମାନ ଯେଉଁ ଦରଦାମ ବୃଦ୍ଧି କରି ଲୁଟି ଚାଲିଛ ଆମକୁ ଚଳିଵା କଷ୍ଟକର ହେଉଛି lତେଣୁ ଆମକୁ ସରକାର ଅତିକମରେ ଆମକୁ ମାସିକ 15000ରୁ 30000 ପର୍ଯ୍ୟନ୍ତ ଦରମା, ଚାକିରୀ ସମୟ ସୀମା 62 କୁ ବୃଦ୍ଧି, ଏବଂ ସରକାର କୁ ଆସିବା ପୂର୍ବରୁ 2024 ର ପ୍ରତିଶୃତି କୁ ଯଥାଶୀଘ୍ର ପୁର୍ଣ କରିବାକୁ ଦାବି ଜଣାଇଛନ୍ତି l ନଚେତ ଯଦି ଆମ ନାରୀ ଶକ୍ତିକୁ ଅଣଦେଖା କରିବେ,ତେବେ ଜାଣିରଖ ଇଏତ ଟ୍ରେଲର ଥିଲା,ଆଉ ଆସନ୍ତା ନଭେମ୍ବର ମାସରେ ଆମେ ଅଖ ଚକ ବନ୍ଦ କରିଦେବୁ । ଆଉ ଗୋଟେ କଥା ଶୁଣିରଖ ମୋହନ ସରକାର ଯଦି ଆମ ସହ ଧୋକାବାଜୀ କରିବ ତେବେ ଆଗାମୀ 2029 ନିର୍ବାଚନ ରେ ମୂଳରୁ ଉପାଡି ଫୋପାଡ଼ି ଦେବାକୁ ବେଶୀ ସମୟ ଲାଗିବନାହିଁ।