ନିଜ ଭୁଲ୍ ବୁଝି ପାରିଲେ ଭାରତୀୟ କ୍ରିକେଟ ଟିମର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ । ମାଗିଲେ କ୍ଷମା । ସେ ଦଳ ବରିଷ୍ଠ ଖେଳାଳି ଅକ୍ଷର ପଟେଲଙ୍କୁ କାନ ଧରି କ୍ଷମା ମାଗିଛନ୍ତି। ହୋପ ଆଉଟ ହୋଇଥିଲେ ହେଁ ୱେଇଣ୍ଡିଜ ଶେଷ ଯାଏ ମ୍ୟାଚ୍କୁ ଜିତିବାକୁ ଚେଷ୍ଟା କରିଥିଲା। ବିସ୍ଫୋରକ ଶେରଫ ରଦରଫୋର୍ଡ ମଧ୍ୟ କ୍ରିଜରେ ରହିଥିଲେ। କିନ୍ତୁ ଅର୍ଶଦୀପ ତାଙ୍କୁ ପ୍ରଥମେ ଆଉଟ କରିଥିଲେ। ଏହାପରେ କେମୋ ପଲ ମଧ୍ୟ ଅର୍ଶଦୀପଙ୍କ ଶିକାର ବନିଥିଲେ। ଶେଷରେ ଭାରତ ୧୪ ରନରେ ମ୍ୟାଚ୍କୁ ଜିତି ନେଇଥିଲା। ସେ କହିଛନ୍ତି, “ମୁଁ ଅକ୍ଷର ଭାଇଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ଅକ୍ଷର ଭାଇ ସରି । ମୁଁ ତୁମକୁ ରନ ଆଉଟ କରି ଦେଇଥିଲି।”
ଏହାପରେ ସେ ମ୍ୟାଚ୍ରେ ନିଜର ବୋଲିଂ ପ୍ରଦର୍ଶନକୁ ନେଇ ବେଶ ଖୁସି ଥିବା କହିଛନ୍ତି। ନିଜର ପ୍ରଥମ ଓଭରରେ ହିଁ ସେ ୱେଷ୍ଟଇଣ୍ଡିଜର ଇନଫର୍ମ କ୍ୟାପ୍ଟେନ ସାଇ ହୋପଙ୍କୁ ବୋଲ୍ଡ କରିଥିଲେ। ହୋପଙ୍କ ଭଳି ଦକ୍ଷ ବ୍ୟାଟରଙ୍କୁ ଆଉଟ କରିବା ପାଇଁ ଅତ୍ୟନ୍ତ ପ୍ରସ୍ତୁତି ଓ କୋଚିଂ ଷ୍ଟାଫଙ୍କ ପରାମର୍ଶ ଜରୁରୀ ଥିଲା ବୋଲି ଅର୍ଶଦୀପ କହିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ରେ ଭାରତର ଦମଦାର ବିଜୟ ପରେ ଅର୍ଶଦୀପ ମ୍ୟାଚ୍ରେ କରିଥିବା ନିଜର ଭୁଲ ସ୍ୱୀକାର କରିଛନ୍ତି। ବାସ୍ତବରେ ଅର୍ଶଦୀପ ସିଂହ ଭାରତର ବ୍ୟାଟିଂ ବେଳେ ଅକ୍ଷର ପଟେଲଙ୍କୁ ରନ ଆଉଟ କରି ଦେଇଥିବା କଥା କହି ତାଙ୍କୁ କ୍ୟାମେରା ସାମ୍ନାରେ କ୍ଷମା ପ୍ରାର୍ଥନା କରିଛନ୍ତି। ରବିବାର ଇନ୍ଦୋରରେ ଖେଳା ଯାଉଥିବା ତୃତୀୟ ଟି-୨୦ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିଲା ଭାରତ। ୧୯ତମ ଓଭରର ପ୍ରଥମ ବଲରେ ଅକ୍ଷର କଭର-ପଏଣ୍ଟ ଅଞ୍ଚଳକୁ ଶଟ ମାରିଥିଲେ। ସିଙ୍ଗଲ ହେବାର ନଥିଲେ ମଧ୍ୟ ଅର୍ଶଦୀପ ଆଗୁଆ ଦୌଡ଼ୁଥିଲେ। ଅର୍ଶଦୀପ ଅଧା କ୍ରିଜକୁ ଆସି ସାରିଥିବାରୁ ଅକ୍ଷର ବାଧ୍ୟ ହୋଇ ନନଷ୍ଟ୍ରାଇକୁ ଯାଇଥିଲେ। ହେଲେ ଭାରତ ନ ଆଉଟ ରୂପରେ ଅକ୍ଷର ପଟେଲଙ୍କୁ ହରାଇଥିଲା।