ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଦିନକୁ ଦିନ ଅସାମାଜିକ ଲୋକମାନଙ୍କ ଏବଂ ରାଜନୈତିକ ସଂଗଠନ କର୍ମକର୍ତ୍ତାଙ୍କ ପ୍ରାଦୁର୍ଭାବ,ଗୁଣ୍ଡା ଗିରି,ଅଭଦ୍ରୋଚିତ କାର୍ଯ୍ୟକଳାପ ବୃଦ୍ଧି ପାଉଛି ।ଶିକାର ହେଉଛନ୍ତି ଡାକ୍ତର ଓ କର୍ମଚାରୀ । ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର,ନର୍ସ, କର୍ମଚାରୀ, ସିକ୍ୟୁରିଟି ଗାର୍ଡ ପ୍ରମୁଖ ଅସୁରକ୍ଷିତ ମଣୁଛନ୍ତି । ଡାକ୍ତର ମାନେ ନିଜକୁ ଅସୁରକ୍ଷିତ ମଣୁଥିବାରୁ ଅନ୍ୟତ୍ର ବଦଳି ହେଉଯାଉଛନ୍ତି । ଯାହାକୁ ନେଇ ରାଇରଙ୍ଗପୁର ହସ୍ପିଟାଲରେ ଅଭାବୀ ଡାକ୍ତର ଦେଖାଦେଇଛି ।ନିକଟରେ ମଧ୍ୟ ଜଣେ ଡାକ୍ତରଙ୍କୁ ମାଡ ମରାଯାଇଛି ।
ଏଣୁ ଯଥା ଶିଘ୍ର ଚିକିତ୍ସାଳୟରେ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ମାସା ଆର୍ମି’ ରାଇରଙ୍ଗପୁର ଶାଖା ପକ୍ଷରୁ ରାଇରଙ୍ଗପୁର ହସ୍ପିଟାଲରେ ଅସାଜିକ ଲୋକଙ୍କ ଉପରୃ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏକ ପୁଲିସ ଫାଣ୍ଡି ଖୋଲିବା ପାଇଁ ଉପଜିଲ୍ଲାପାଳଙ୍କୁ ସଂଗଠନର ସଭାପତି ସୁନିଲ ସୋରେନ,ମାସାଙ୍ଗ ହେମ୍ବ୍ରମ,ବିଶେଶ୍ୱର ବାସ୍କେ,ରାମ ମୁର୍ମୁ,ମଧୁ ହେମ୍ବ୍ରମଙ୍କ ସମେତ ଅନ୍ୟ ସଦସ୍ୟମାନେ ଦାବିପତ୍ର ପ୍ରଦାନ କରିଛନ୍ତି ।
