ମାଓ ସଂଗଠନ ପକ୍ଷରୁ ଗୋନା ଠାରେ ମାଓ ପୋଷ୍ଟର

ରାଇଘର(ଲଳିତ ସୁନାନୀ):-ମାଓ ସଂଗଠନ ପକ୍ଷରୁ ଗୋନା ଠାରେ ମାଓ ବ୍ୟାନର ଓ ଲିପଲେଟ ଦେଖିବାକୁ ମିଳିଛି । କିଛି ଦିନର ବ୍ୟବଧାନ ପରେ ପୁଣି ଆଜି ସକାଳୁ ଦେଖିବାକୁ ମିଳିଛି ମାଓ ବ୍ୟାନର । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଅନ୍ତର୍ଗତ ଗୋନା ଛକ ନିକଟରେ ଫୁଟାନଡ଼ା ଓ ହଲଦୀ ରାସ୍ତା ମଝିରେ ମାଓ ବ୍ୟାନର ମରା ଯାଇଥିବା ଯୋଗୁଁ , ଯାହା ଦ୍ୱାରା ଲୋକଙ୍କ ଯାତାୟାତ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ମାଓବାଦୀ ପକ୍ଷରୁ ବିଭିନ୍ନ ସମୟରେ ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଥିବା ଦେଖିବାକୁ ମିଳିଛି ।