ସ୍ତ୍ରୀ ପରେ ଆସିବ ‘ମେଡ ଇନ ଚାଇନା’, ଜାଣନ୍ତୁ କେବେ ରିଲିଜ ….

(ମମତା ସାମଲ): ଅଭିନେତା ରାଜକୁମାର ରାଓ ଗୋଟିଏ ପରେ ଗୋଟିଏ ସଫଳତାର ସୋପାନ ଅତିକ୍ରମ କରି ଚାଲିଛନ୍ତି। ଗତବର୍ଷ ତାଙ୍କ ଚଳଚ୍ଚିତ୍ର ‘ନ୍ୟୁଟନ୍‍’ କୁ ଭାରତ ପକ୍ଷରୁ ଓସ୍କାର ପାଇଁ ମନୋନୀତ କରାଯାଇଥିଲା। ଚଳିତ ବର୍ଷ ଅର୍ଥାତ୍‍ ୨୦୧୮ ମସିହା ମଧ୍ୟ ତାଙ୍କ ପାଇଁ ସଫଳ ସାବ୍ୟସ୍ତ ହୋଇଛି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସ୍ତ୍ରୀ’ ବକ୍ସ ଅଫିସରେ ଅପାର ସଫଳତା ଲାଭ କରିବା ସହ ବହୁ ରେକର୍ଡ଼ ଭାଙ୍ଗିବାରେ ଲାଗିଛି।

ତେବେ ରାଜକୁମାର ଦର୍ଶକମାନଙ୍କୁ ପୁଣି ଏକ ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ମେଡ଼୍‍ ଇନ୍‍ ଚାଇନା’ ର ଏକ ଫଟୋ ଦେଇଛନ୍ତି। ଏହି ଫଟୋରେ ରାଜକୁମାରଙ୍କ ସହ ମୌନୀ ରଏଙ୍କୁ ଦେଖିବାକୁ ମିଳିଛି। ରାଜକୁମାର ଏହି ଚଳଚ୍ଚିତ୍ରରେ ରଘୁ ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ମୌନୀଙ୍କୁ ରୁକ୍ମଣୀ ଭୂମିକାରେ ଦେଖିବାକୁ ମିଳିବ । ଏ ଦୁହିଁଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବୋମନ ଈରାନୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ‘ମେଡ଼୍‍ ଇନ୍‍ ଚାଇନା’ ୧୫ ଅଗଷ୍ଟ ୨୦୧୯ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ମାଣ ମଡ଼ୋକ୍‍ ଫିଲ୍ମସ ବ୍ୟ।ନରରେ ଦିନେଶ ଭିଜନ୍‍ କରୁଛନ୍ତି ।