ଭିମସାରରେ ମେଡିକାଲରେ ରଡ଼ର ଅଭାବ

ସୋନପୁର/ଓମପ୍ରକାଶ ମିଶ୍ର: ସୋନପୁର ଜିଲ୍ଲାର ଜଣେ ଭାଇ ସୁଶୀଲ କୁମାର ବାଘ ଦୁର୍ଘଟଣା ପରେ ବୁର୍ଲା ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାର ହାତ ଅପରେସନ ହେବ ଓ ଲୁହା ଲାଗିବ। ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ଭିମସାର ମେଡ଼ିକାଲ କଲେଜ ବୁର୍ଲା ଡାକ୍ତରଖାନାରେ ଷ୍ଟିଲ ରଡର ଅଭାବ ଅଛି । ବୁର୍ଲା ମେଡିକାଲର ଡାକ୍ତର କହିଛନ୍ତି ଅଡ଼ର ଦେଲେ ୧୫ ଦିନ ପରେ ଆସିବ ଷ୍ଟିଲରଡ। ଏଣୁ ଡାକ୍ତର କହୁଛନ୍ତି ୧୫ ଦିନ ଅପେକ୍ଷା କର ନହେଲେ, ବାହାରେ ନର୍ସିଂ ହୋମକୁ ଚାଲ ସେଠାରେ କରିବ। କହିବା ଅନୁଯାୟୀ ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ ଭିମସାରରେ ସିରିୟସ ହାତ ଗୋଡ଼ ଭାଙ୍ଗିଯାଇଥିବା ରୋଗୀମାନଙ୍କୁ ୧୫ ଦିନ ଲାଇନରେ ଅପେକ୍ଷା କରିବାକେ ପଡୁଛେ, ସିରିୟସ ରୋଗୀ ମାନେ ଛଡ଼ ଲଗେଇବା ଲାଗି ଆଗରୁ ଅପେକ୍ଷାରେ ଅଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବାବୁ ଫେର ଆମର ପଶ୍ଚିମ ଓଡ଼ିଶାର ଜଣେ ବରିଷ୍ଠ ନେତା। ଚିନ୍ତା କରିବା କଥା ଯେ ଆମେ ପଶ୍ଚିମ ଓଡିଶାବାସୀ କେତେ ଅସହାୟ ଆଉଁ। ଆମର ପଶ୍ଚିମ ଓଡିଶାରେ ମେଡିକାଲରେ ଅଭାବ ରହୁଥିବା ଯୋଗୁଁ ଲୋକମାନେ ବିଶ ମହରା ଖାଇ ମରୁଛନ୍ତି। ଏତେ ବଡ ବଡ ନେତାମାନେ ଥାଇମଧ୍ୟ ମେଡିକାଲରେ ଅଭାବ ରହିଥିବା ଦେଖିବାକୁ ଏଥିରେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ବଳଦେବ ବେଦବାକ, ବ୍ୟାସଦେବ ମିଶ୍ର, ଦୀପକ ମହାପାତ୍ର, ସୁରେଶ ପାତ୍ର, ଆଲୋକ ମଲ୍ଲିକ ଓ ଶତାଧିକ ଲୋକ ଉପସ୍ଥିତ ଥିଲେ। ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।