ଅଧିନାୟକ ବିରାଟ କୋହଲିଙ୍କ ସ୍କୁଲ ବେଳର ଏକ ଫଟୋ ଭାଇରଲ

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସ୍କୁଲ ବେଳର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି

(ମୁମ୍ବାଇ) : ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସ୍କୁଲ ବେଳର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାଙ୍କ ସ୍କୁଲ ସାଥୀ ଶାଲାଜ ସୋନଧି ଏହି ଫଟୋ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ୍‌ କରିଛନ୍ତି । ତେବେ କୋହଲି ଏହି ଫଟୋରେ ୱିକେଟ୍‌ ପତନ ପରେ ସାଥି ଖେଳାଳିଙ୍କ ସହ କରମର୍ଦ୍ଦନ କରୁଛନ୍ତି ।
ସୂଚନାନୁଯାୟୀ , ସ୍କୁଲରେ ପଢ଼ିବା ବେଳେ କୋହଲି ଦିଲ୍ଲୀ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ ।ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ପରେ ସେ ଜୁନିୟର ବିଶ୍ୱକପ୍‌ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ । ଏହାପରେ କୋହଲି ୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ।