ଆଗାମୀ ଆଇପିଏଲ୍ ସିଜନ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସରେ ବଡ଼ ପରିବର୍ତ୍ତନ

ଆଗାମୀ ଆଇପିଏଲ୍‌ ସିଜନ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସରେ ବଡ଼ ପରିବର୍ତ୍ତନ। ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ୍‌ଙ୍କୁ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରିଛି CSK। ଷ୍ଟିଫେନ୍‌ ଫ୍ଲେମିଂଙ୍କ ସ୍ଥାନରେ ଜାହିର ଖାନ୍‌ ଏହି ଦାୟିତ୍ୱ ତୁଲାଇବେ।

Zaheer Khan Named Chennai Super Kings Head Coach for IPL 2027

ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପରେ ଜାହିର ଖାନ୍‌ କହିଛନ୍ତି, ଆଇପିଏଲ୍‌ ଇତିହାସର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ୍‌ର ଅଂଶ ହେବା ତାଙ୍କ ପାଇଁ ଗର୍ବର ବିଷୟ। ଜଣେ ଖେଳାଳି ଭାବେ ସେ CSK ବିପକ୍ଷରେ ଅନେକ ମ୍ୟାଚ୍‌ ଖେଳିଛନ୍ତି ଏବଂ ଚେପକ୍‌ ଷ୍ଟାଡିୟମରେ CSK ପ୍ରଶଂସକଙ୍କ ଉତ୍ସାହ ତାଙ୍କୁ ସବୁବେଳେ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି।

CSK name Zaheer Khan as head coach for IPL 2027 | Cricbuzz.com

ଗତ କିଛି ସିଜନ୍‌ରେ CSKର ପ୍ରଦର୍ଶନ ଆଶାନୁରୂପ ରହିନଥିବାରୁ ଦଳ ଏବେ ନୂଆ ରଣନୀତି ସହ ଆଗକୁ ବଢ଼ିବାକୁ ଚାହୁଁଛି। ଏହି ପରିବର୍ତ୍ତନର ମୁଖ୍ୟ ଦାୟିତ୍ୱ ଜାହିରଙ୍କ କାନ୍ଧରେ ରହିବ। ବିଶେଷକରି ଦଳର ଦ୍ରୁତ ବୋଲିଂ ବିଭାଗକୁ ଅଧିକ ମଜବୁତ କରିବା ଉପରେ ତାଙ୍କ ଅଭିଜ୍ଞତା ଉପଯୋଗୀ ହୋଇପାରେ। ଜାହିର ଖାନ୍‌ଙ୍କ କୋଚିଂ ଓ ମେଣ୍ଟରିଂରେ ମଧ୍ୟ ରହିଛି ଦୀର୍ଘ ଅଭିଜ୍ଞତା। ଅବସର ପରେ ୨୦୧୮ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡ଼ି ହୋଇ ‘ଡାଇରେକ୍ଟର ଅଫ୍‌ କ୍ରିକେଟ୍‌’ ଦାୟିତ୍ୱ ତୁଲାଇଥିଲେ। ପରେ ୨୦୨୩ରେ ସେ ମୁମ୍ବାଇ ଇଣ୍ଡିଆନ୍ସର ‘ଗ୍ଲୋବାଲ୍‌ ହେଡ୍‌ ଅଫ୍‌ କ୍ରିକେଟ୍‌’ ଭାବେ ଦାୟିତ୍ୱ ନେଇଥିଲେ।

Yash on X: "Zaheer Khan was Director of operations at MI for their iconic  run from 2017 to 2020. This will be his first stint as a head coach.  Welcome to CSK,

ଏହାପରେ ୨୦୨୪ ଓ ୨୦୨୫ ଆଇପିଏଲ୍‌ ସିଜନ୍‌ରେ ଜାହିର ଖାନ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ମେଣ୍ଟର ଭାବେ କାର୍ଯ୍ୟ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ସହ ତାଙ୍କ କାର୍ଯ୍ୟକାଳ ସମୟରେ ଦଳ ୨୦୧୯ ଓ ୨୦୨୦ରେ ଆଇପିଏଲ୍‌ ଟାଇଟଲ୍‌ ଜିତିଥିଲା। ଏବେ CSKର ନୂଆ ମୁଖ୍ୟ କୋଚ୍‌ ଭାବେ ଜାହିରଙ୍କ ଉପରେ ବଡ଼ ଦାୟିତ୍ୱ ରହିଛି। ଦଳର ଯୁବ ଖେଳାଳିଙ୍କୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ସହ ବୋଲିଂ ୟୁନିଟ୍‌କୁ ମଜବୁତ କରିବା ଏବଂ CSKକୁ ପୁଣି ଶୀର୍ଷସ୍ତରୀୟ ପ୍ରଦର୍ଶନ ଦେବା ଦିଗରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

Zaheer Khan Appointed CSK Head Coach for IPL 2027 | Cricket Voices