ଜିଲ୍ଲାପାଳଙ୍କ ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

( କାହ୍ନୁ ଚରଣ ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲକ୍ଷମୁଣ୍ଡା ବ୍ଲକ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ସୋମବାର ଜିଲ୍ଲାପାଳଙ୍କ ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲାପାଳ ଡକ୍ଟର ପରାଗ ହରଷଦ ଗଭଳି, ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ଓ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିବା ବେଳେ କର୍ଲକ୍ଷମୁଣ୍ଡା ବିଡ଼ିଓ କିଶୋର କୁମାର ପଣ୍ଡା, ବ୍ଲକ ଅଧକ୍ଷା ଅମ୍ରିତା ସାହୁ, ଉପାଧ୍ୟକ୍ଷା ଆନନ୍ଦିନୀ ଭୋଇ, ସିଡିପିଓ ପାର୍ବତୀ ସାହୁ, ଫାଣ୍ଡି ଅଧିକାରୀ ଅଧିଚନ୍ଦ୍ର ବିଶ୍ୱାସଙ୍କ ସମେତ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗଦେଇଥିଲେ । ଏଥିରେ ୧୧୭ ଅଭିଯୋଗ ପଞ୍ଜିକୃତ ହୋଇ ଶୁଣାଣି ହୋଇଥିଲା କ୍ଷ ତେବେ ଜିଲ୍ଲାପାଳ ଆସିବାରେ ବିଳମ୍ବ ହେବାରୁ ଜନ ଅସନ୍ତୋଷ ଦେଖାଦେଇଥିଲା ।