ନୂଆଦିଲ୍ଲୀ : ସୁସ୍ଥ ଶରୀର ଆଉ ସୁସ୍ଥ ମାନସିକତା ପାଇବାର ମାଧ୍ୟମ ହେଉଛି ଯୋଗ। ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୁଲ୍ୟୁ ଉପହାର ଯୋଗ । କାରଣ ଅନେକ ବର୍ଷ ପୂର୍ବେ ଯୋଗର ଆରମ୍ଭ ଭାରତରେ ହୋଇଥିବାର ଅନୁମାନ କରାଯାଏ । ଏହାକୁ ଦୈନିକ ନିଜ ଜୀବନ ଚର୍ଯ୍ୟାରେ ସାମିଲ କରିବା ଶରୀର ପକ୍ଷେ ଲାଭ ଦାୟକ ହୋଇଥାଏ। ଯୋଗ ଏମିତି ଏକ ମାଧ୍ୟମ ଯାହା ମନ ଆଉ ଶରୀରକୁ ସଂଯୋଗ କରେ । ବିଶେଷଜ୍ଞଙ୍କ ମତରେ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର।ଜୁନ ୨୧ଅର୍ଥାତ୍ ଆଜିର ଦିନରେ ବିଶ୍ବବ୍ୟାପୀ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ। ଯାହା ଅନ୍ତରଜାତୀୟ ସ୍ତରରେ ଏହାକୁ ପାଳନ କରିବା ପାଇଁ ଡିସେମ୍ବର ୧୧,୨୦୧୪ରେ ମିଳିତ ଜାତିସଂଘ ଅଧିବେଶନରେ ସଂକଳ୍ପ ହୋଇଥିଲା। ଯୋଗର ମୂଲ୍ୟ ବୋଧକୁ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା। ଏହାପରେ ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ଥର ଆନ୍ତର୍ଜାତୀୟ ଯୋଗ ଦିବସର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଆଉ ସେବେଠାରୁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୭୭ରୁ ଅଧିକ ଦେଶ ଯୋଗ ଦିବସ ପାଳନ କରୁଛି । ଏଥି ସହ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ୭୫ଟି ପ୍ରମୁଖ (ଆଇକନିକ) ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ଆୟୋଜନ କରାଯାଇଛି । ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷକ ରହିଛି ‘ମାନବିକତା ପାଇଁ ଯୋଗ’ । ସେପଟେ କର୍ଣ୍ଣାଟକର ମହୀଶୂରରେ ପାଳନ ହେଉଛି ଯୋଗଦିବସ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଛନ୍ତି ।
Greetings on #YogaDay! https://t.co/dNTZyKdcXv
— Narendra Modi (@narendramodi) June 21, 2022
ଓଡ଼ିଶାରେ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବଡ଼ ଧରଣର ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଯୋଗ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମିଲ ହେବା ସହ ଯୋଗ କରିଛନ୍ତି । ସେହିପରି ପୁରୀ ବ୍ଲୁଫ୍ଲାଗ୍ ବିଚ୍ ପରିସରରେ ଆୟୋଜିତ ଯୋଗ ଦିବସ କାର୍ଯକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଭାରି ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ । ଏହାସହ ଦେଶର ଛୋଟ ବଡ ଠାରୁ ଆରମ୍ଭ କରି ଭାରତୀୟ ସେନା ମଧ୍ୟ ଏହି ଯୋଗ ଦିବସ ପାଳନ କରିଛନ୍ତି ।
Union Railway Minister @AshwiniVaishnaw at the International Yoga Day event at Konark, Odisha.#IDY2022 | #YogaForHumanity | #GuardianRingForYoga | @moayush pic.twitter.com/S6BrtzI8vj
— All India Radio News (@airnewsalerts) June 21, 2022