ଭୁବନେଶ୍ୱର : କାୟା ମେଲାଉଛି କରୋନା । ଫେରିଛି ମାସ୍କ । କରୋନା ପାଇଁ ସତର୍କ କରାଇଲା ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଭିଡରୁ ଦୁରେଇ ରହିବା ସହ ବିଦେଶ ଯାତ୍ରା ଏଡାଇବାକୁ ଉପଦେଶ ମଧ୍ୟ ଦିଆଯାଇଛି । ତୁରନ୍ତ ବୁଷ୍ଟର ଡୋଜ୍ ନେବାକୁ କହିଛି ମେଡିକାଲ ସଂଘ ।
ଅନ୍ୟପଟେ ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ । ନ ଡରି ସାମ୍ନା କରିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ | ତେଣୁ ସ୍ୱାସ୍ଥବିଭାଗର ପରାମର୍ଶକୁ ଲୋକେ ମାନିବା ଜରୁରୀ ହୋଇପଡିଛି । ପୂର୍ବରୁ ଯେଉଁଭଳି ଭାବେ କରୋନା ସଂକ୍ରମଣକୁ ଏଡାଇବା ପାଇଁ ଲୋକେ ମାସ୍କ ପିନ୍ଧୁଥିଲେ, ହାତକୁ ବାରମ୍ବାର ସାନିଟାଇଜ୍ କରୁଥିଲେ ଠିକ୍ ସେହିଭଳି ସଚେତନ ହେବାକୁ ପଡିବ ।
ଲକଡାଉନ ସଟଡାଉନ ଭଳି ପରିସ୍ଥିତିକୁ ନ ଫେରିବା ପାଇଁ ହେଲେ ଏ ସବୁ ବିୟମକୁ ମାନିବ ପାଇଁ ପଡିବ | ସେହିଭଳି କରୋନା ପାଇଁ ସତର୍କ କରାଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ୍ । ମାସ୍କ ପିନ୍ଧିବା ଓ ସାବୁନରେ ବାରମ୍ବାର ହାତ ଧୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।