ଦେଶରେ ୪.୫୪ ପ୍ରତିଶତ ଦୈନିକ ସଂକ୍ରମଣ
ଦେଶରେ କମୁଛି କରୋନା ସଂକ୍ରମଣ ମାମଲା ହେଲେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ।
(ଦିଲ୍ଲୀ) : ଦେଶରେ କମୁଛି କରୋନା ସଂକ୍ରମଣ ମାମଲା ହେଲେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ। ଗତ ୨୪ ଘଣ୍ଟାରେ ୭୧ ହଜାର ୩୬୫ କରୋନାର ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୨୧୭ ଲୋକଙ୍କ ମୃତ୍ୟୁ ହୋଇଛି।
ସୂଚନାନୁଯାୟୀ , ଅନ୍ୟପଟେ କରୋନାର ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଏକ ଲକ୍ଷ ୭୨ ହଜାର ୨୧୧ ଲୋକ ସୁସ୍ଥ ହୋଇଛନ୍ତି। ସେହିପରି ଦେଶରେ ଶକ୍ରିୟ ମାମଲା କମିଯାଇ ଏବେ ୮ ଲକ୍ଷ ୯୨ ହଜାର ୮୨୮ ହୋଇଛି। ଦୈନିକ ସଂକ୍ରମଣ ମାମଲା ଏବେ ହ୍ରାସ ପାଇ ୪.୫୪ ପ୍ରତିଶତ ହୋଇଛି।