ଭୁବନେଶ୍ୱର : ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ବାଜିଛି । ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ । ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁହେବ । ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ।
ଏହି ପ୍ରକଳ୍ପ ଯାଜପୁରର ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବ | ଏହି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷରେ ଶେଷ ହେବ । ମାଲକାନଗିରିର ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ । ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ । ନୟାଗଡ଼ର ଦଶପଲା, ଗଣିଆ ଓ ନୂଆଗାଁରେ ହେବ ୩ଟି ପାନୀୟଜଳ ପ୍ରକଳ୍ପ ହେବ । ସେହିପରି BSSCCRIର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ ।
OBC କମିଶନ ଆଇନରେ ସଂଶୋଧନ । ଏପରିକି ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ବ୍ରିଜ୍ ହେବ | ଏଥିପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମଧ୍ୟ ମିଳିଛି । ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ । GST, ବାଣିଜ୍ୟ କର ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ ହୋଇଛି । ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି । OSJS ଓ OJS ସେବା ଅଧିନିୟମରେ କ୍ୟ୍ୟାବିନେଟରେ ସଂଶୋଧନ ହୋଇଛି । ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ହୋଇଛି ।