ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅଧୀନ ପୋଡାଡିହି ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ୱାମୀ ତାର ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ଆସିଛି । ଶୁକ୍ରବାର ଦିନ ସ୍ୱାମୀ ତାର ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘରୋଇ କଳହ ଯୋଗୁ ଏମିତି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟାକାରୀ ସ୍ୱାମୀକୁ ଅଟକ ରଖାଯିବା ସହ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ କରିଛି ପୁଲିସ । ଏହି ଘଟଣାର ତଦନ୍ତ ଜାରି ରଖିଛି କୋଇଡା ଥାନା ପୋଲିସ ।