ସ୍ତ୍ରୀର ମୁଣ୍ଡ କାଟିଲା ସ୍ୱାମୀ

ମୟୁରଭଞ:ମୟୁରଭଞ ଜିଲ୍ଲା ଠାକୁରମୁଣ୍ଡା ଥାନା ହାତୀଗଡ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପିଶାଚ ସ୍ୱାମୀ ଘଟାଇଲା ନାରକୀୟ କାଣ୍ଡ । ସ୍ତ୍ରୀର ଚରିତ୍ର ଉପରେ ହୋଇଥିଲା ସନ୍ଦେହ। ଯାହାକୁ ନେଇ ରାଗ ତଳିରୁ ତାଳୁ ଯାଏଁ ଉଠିଯାଇଥିଲା। ଶେଷରେ ନିଶାରେ ଚୁର ହୋଇ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କରିବା ପରେ ଗଣ୍ଡି ଓ ମୁଣ୍ଡକୁ ଅଲଗା କରି ଗୁହାଳେ ପୋତିଦେଲା ଅଭିଯୁକ୍ତ । ପରେ ଠାକୁରମୁଣ୍ଡା ଥାନାରେ ରକ୍ତ ଭିଜା କଟୁରୀ ସହିତ ଆତ୍ମସମର୍ପଣ କରିଥିଲେ । ଆଜି ପୂର୍ବାହ୍ନ ୯ଟା ସମୟରେ ଏହି ଘଟଣା ଘଟିଛି। ପ୍ରତିଦିନ ଭଳି ପ୍ରତିମା ପାଖ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରୁ ଘରକୁ ଫେରି କାମକାର୍ଯ୍ୟରେ ଲାଗିଯାଇଥିଲେ। ପରେ ଘଟଣା ସ୍ଥଳରେ ଠାକୁରମୁଣ୍ଡା ଥାନା ପୁଲିସ ପହଞ୍ଚି  ତଦନ୍ତ ଚଳାଇଛି।