କୋଚି-ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବୁରେଭି’ ଗଭୀର ଅବପାତ ରୂପ ନେବ । ଆଜି ସକାଳେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରି ଅପରାହ୍ନ ସୁ୍ଦ୍ଧା କେରଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡିଛି ।ଏହା ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ପବନ ବହିବା ସହ ଘଣ୍ଟାପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ବତାସ ପ୍ରବାହିତ ହେବ । ଏଥିପାଇଁ ଦକ୍ଷିଣ ତାମିଲନାଡୁ ଓ ଦକ୍ଷିଣ କେରଳର କେତେକ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହେବ । ବାତ୍ୟା ଯୋଗୁଁ ଆଜି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କେରଳର ଆନ୍ତର୍ଜାତିକ ବିମାନ ବନ୍ଦର ବନ୍ଦ ରହିବ।ବାତ୍ୟା ଯୋଗୁଁ ଆଜି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କେରଳର ଆନ୍ତର୍ଜାତିକ ବିମାନ ବନ୍ଦର ବନ୍ଦ ରହିବ।