ଘରେ ଚୋରିକଲା ୫୦ ଲକ୍ଷ, ଗର୍ଲଫ୍ରେଣ୍ଡ ପାଇଁ କିଣିଲା ଆଇଫୋନ୍

ଭଙ୍ଗାଯାଇଥିଲା ଲକର.. ଘରୁ ଚୋରି ହୋଇଥିଲା ୫୦ ଲକ୍ଷ ଟଙ୍କା ସହ ସୁନା, ଅଳଙ୍କାର। ଏନଇ ପୋଲିସ କୁ ଜଣାଇଥିଲେ ପରିବାର ଲୋକେ।  ପୋଲିସ କରିଥିଲା ତଦନ୍ତ ।  ଖୋଳତାଡ଼ ପରେ   ଘରୁ ବାହାରିଥିଲା   ଚୋର। ଘର ପୁଅ ଚୋରିକରିଥିବା ଜଣାପଡ଼ିଥିଲା। ଏହି ଘଟଣା ଆସାମର ଜୋରହାଟ ଅଞ୍ଚଳରେ ଘଟିଛି। ପରିବାର ଲୋକ ଘରେ ନଥିବା ବେଳେ ଘରର ଲକର ଭଙ୍ଗାଯାଇ ୫୦ଲକ୍ଷ ଟଙ୍କା ସହ  ସୁନା, ଅଳଙ୍କାର ଚୋରି ହୋଇଥିଲା। ପରିବାର  ଲୋକେ ଘରକୁ ଫେରିବା ପରେ  ଘରୁ ଚୋରି ହୋଇଥିବା  ଜାଣିବାକୁ ପାଇଥିଲେ। ଏନେଇ ପୋଲିସକୁ  ଜଣାଇଥିଲେ। ପୋଲିସ ଖୋଳତାଡ କରିଥିଲା। ପରେ ଯେଉଁ ବ୍ୟକ୍ତି ଘରେ  ଚୋରି ହୋଇଥିଲା, ତାଙ୍କ ପୁଅ ଉପରେ ପୋଲିସର ସନ୍ଦେହ ହୋଇଥିଲା।

ପୋଲିସ ୨୫ ବର୍ଷୀୟ ୟଶ ଧାନୁକା ଅଗ୍ରୱାଲ ମୋବାଇଲକୁ ଟ୍ରାକ୍ କରିଥିଲା।    ୟଶ ନିଜ ଘରେ ଚୋରି କରିଥିବା ଜଣାପଡ଼ିଥିଲା। ପରେ  ପୋଲିସ  ୟଶଙ୍କୁ ଡାକି ପଚରାଉଚରା କରିଥିଲା।  ୟଶ ମଧ୍ୟ ପୋଲିସ ପାଖରେ ସତ ମାନିଥିଲା।   ଘରୁ ଚୋରି କରିଥିବା ଟଙ୍କାରେ ୟଶ  ହୋଟେଲରେ ଗର୍ଲଫ୍ରେଣ୍ଡ ପିଛାରେ ଖର୍ଚ୍ଚ କରିଥିଲା ଓ ଆଇଫୋନ୍ କରିଥିଲା। ପୋଲିସ  ଧାନୁକା ଅଗ୍ରୱାଲଙ୍କୁ ପୋଲିସ ଗିରଫ କରିଛି। ଚୋରି କଲା ପରେ ୟଶ ଜୋରହାଟ ଛାଡ଼ି ଅହମଦାବାଦ ଚାଲିଯାଇଥିଲା।