ଦୁଷ୍କର୍ମ , ହତ୍ୟାକାରୀଙ୍କୁ ଫାଶି ଦଣ୍ଡ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଶେଷରେ ନ୍ୟାୟ ପାଇଲା ନାବାଳିକାଙ୍କ ପରିବାର । ନାବାଳିକା ଦୁଷ୍ମର୍ମ ଓ ହତ୍ୟାକାଣ୍ଡ ମାମଲାରେ ଫାଶି ଦଣ୍ଡାଦେଶ । ଫାଶୀ ଦଣ୍ଡାଦେଶ ଦେଲେ ଜଗତିସିଂହପୁର ଏଡ଼ିଜେ କୋର୍ଟ । ଦୋଷୀ ସାବ୍ୟସ୍ତ କାଳିଆ ମାନା ଓରଫ ନବକୁ ଫାଶି ଦଣ୍ଡାଦେଶ ଶୁଣାଯାଇଛି । ଏହି ମାମଲାର ଶୁଣାଣୀ କରୁଥିବା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହି ରାୟ ଦେଇଛନ୍ତି ।୨୦୧୮ ମସିହାରେ ମାର୍ଚ୍ଚରେ ଏରସମା ଥାନା ଅଂଚଳର ଘଟିଥିଲା ନୃଶଂସ କାଣ୍ଡ । ୯ ବର୍ଷର ନାବାଳିକାକୁ ଗାଁ ଦାଣ୍ଡରୁ ଉଠାଇ ନେଇ ଯାଇଥିଲା କାଳିଆ । କାଜୁ ଜଙ୍ଗଲରେ ଦୁଷ୍ମର୍ମ କରି ହତ୍ୟା କରି ପିଙ୍ଗି ଦେଇଥିଲା ।